STORYMIRROR

Prabhati Mahapatra

Romance Tragedy Inspirational

4  

Prabhati Mahapatra

Romance Tragedy Inspirational

କହିବାକୁ ଦିଅ

କହିବାକୁ ଦିଅ

1 min
226


ଆଜି ବି ସେଇ ନଦୀ ଅଛି

ଆଜି ବି ସେଇ ଜହ୍ନ ଅଛି

କେତେ ଗପସପ୍ ନିଶି ରଜନୀରେ

ସମସ୍ତେ ସାକ୍ଷୀ ......

ମଣିଷ ସିନା ସ୍ଵାର୍ଥପର

କିନ୍ତୁ ଏମାନେ ଚିରନ୍ତନ ସତ୍ୟ ।

ମୁଁ ତ କେବେ ଛଳନା କରିନି ?

ପ୍ରତାରଣା ସ୍ରୋତରେ ଭସାଇ ଦେଲ .....

ସେଇ ସ୍ରୋତରେ ଭାସି ଭାସି

ଦୀର୍ଘ ଦିନ ପରେ ସାକ୍ଷାତ !

ତୁମେ ଦେଖି ପାରୁଛ 

ମୋ ଆଖିରେ ପ୍ରତୀକ୍ଷାର ବ୍ୟାକୁଳତା

ମୁଁ ସେଇ ଯମୁନା କୂଳର ରାଧିକା ,

ଆଜି ବି କାହ୍ନୁ ପାଦ ଆହଟକୁ 

ଚାହିଁ ବସିଛି ।

ଏଇ ଦେଖ ତୁମର ସନ୍ତକ ମୁଦି

କାନି ପ୍ରାନ୍ତରେ ।

ବିରହୀ ମନଟା ନମାନି ଦିନକୁ ଥରେ

ଲୁଚି ଲୁଚି ଦେଖେ

ବାପା ବୋଉଙ୍କ ପ୍ରଶ୍ନର ବାଣକୁ ଡର !

କ'ଣ ଉତ୍ତର ଦେବି କୁହ ?

ଏଇ ମୋର ଉତ୍ସର୍ଗୀତ ଜୀବନରେ

କିଛି କାମନା ବାସନା ନଥିଲା ,

କେବଳ ତୁମକୁ ନେଇ ସୁନ୍ଦର ଘର

କରିବାକୁ ଆକାଂକ୍ଷିତ ମନ ଛଟପଟ।

ଏଇ ବୋଧେ ପ୍ରେମ......

ଯାହା ଆଜି ମୋତେ ଏକା ରଖି ଦେଇଛି

ତୁମରି ପାଇଁ .......

ଜୀବନର ଶେଷ ସଂଧ୍ୟାରେ ଦର୍ଶନ 

ହେବାକୁ .......

କହିବାକୁ ଅନେକ, ବାଧା ଦିଅନି

ମୁର୍ଦ୍ଧନା ଫାଟି ଯାଉଛି 

ମନ ହାଲୁକା ହୋଇ ଯାଉ ।

ଧାରା ଶ୍ରାବଣ ପରି ଢାଳି ଦେବାକୁ ଇଛା ।

ଅଭିମାନ ଜ୍ଜାଳା ଉଦ୍ଗୀରଣେ ଭାରି ଯନ୍ତ୍ରଣା,

ଆଉ ତୁମକୁ ହରାଇବାକୁ ଚାହୁଁନି ........।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance