ଯୌତୁକ ପ୍ରଥା
ଯୌତୁକ ପ୍ରଥା
କେତେ ଆଦରରେ ପିତା ମାତା ମୋର
ଝିଅକୁ ଜନମ ଦେଲେ
ସ୍ନେହ ଶ୍ରଦ୍ଧାରେ ପୁଣି କେତେ ଯତନେ
ଲାଳନପାଳନ କଲେ
ଶିକ୍ଷା ଓ ସଂସ୍କାର ଶିଖାଇ ,ଶିଖାଇ
ଉତ୍ତମ ଭାବେ ଗଢିଲେ ( ୦)
ପ୍ରେମ, ଦୟା, କ୍ଷମା ଓ ସ୍ନେହ ,ମମତା
ହସୁଥାଏ ପରିବାର
ସଭିଙ୍କ ସେବାରେ ବାନ୍ଧି ହୋଇ ଝିଅ
କର୍ମେ ସର୍ବଦା ନିବିଡ। (୧)
ବାପାଙ୍କ ର ଅଳି ଝିଅ ପରା ସିଏ
ମାମା ଙ୍କ ନୟନ ମୁକୁତା
ଭାଇ ଭଉଣୀର ହୃଦ ସ୍ପନ୍ଦନ ସେ
ସଭିଙ୍କର ସିଏ କବିତା । (୨)
ବିବାହ ବୟସ ଯେବେ ଆସିଯାଏ
ଝିଅକୁ ଲାଗେ ଅସ୍ତିର
ମନରେ ତାହାରି ଉଙ୍କି ମାରୁଥାଏ
କେମିତି କରିବ ଘର ।(୩)
କେତେ ସ୍ଵପ୍ନ ସିଏ ସାଉଁଟି ତ ଥାଏ
ଯାଏ ଝିଅ ଶାଶୁଘର
ଯୌତୁକ ପ୍ରଥାରେ ବନ୍ଦୀ ହୋଇ ଝିଅ
ଗଡ଼ାଏ ଅଶ୍ରୁର ଧାର ।(୪)
ଶାଶୁଘର ନୂଁହେ ଯମ ଘର ସିଏ
ଲୁହକୁ କରେ ନିଜର
ଝିଅ ଜନମଟି ଲୁହର ସଳିତା
ଏଇଟା ନିରାଟ ସତ୍ୟ ।(୫)
କେତେ ଅତ୍ୟାଚାର ସହି ରୁହେ ସିଏ
କରେ ନାଁହି ଅଭିଯୋଗ
ଯୌତୁକ ପ୍ରଥାକୁ ହଟାଇ ଦିଅ ଗୋ
ସଭିଏଁ କର ଶପଥ ।(୬)