ସଂଜ୍ଞାହୀନ ପ୍ରେମ
ସଂଜ୍ଞାହୀନ ପ୍ରେମ
ସଂଜ୍ଞାହୀନ ପ୍ରେମ
ପବିତ୍ରତା ଶୁଦ୍ଧତା ଅନ୍ତରାଳେ
ଗଢି ଉଠେ ଏକ ସଂଜ୍ଞାହୀନ ପ୍ରେମ
ତାକୁ ଅଳଂକୃତ କରିବାକୁ ଭାଷାର ଅଭାବ,
ଅନ୍ତର ଗହ୍ୱରୁ ଝରି ଆସେ ଅନାବିଳ ପ୍ରେମ ।
ନିଜେ ହିଁ ତା'ର ସୃଷ୍ଟିର କାରକ .....
ପରିଚୟ କି ମାନ ସମ୍ମାନ ପ୍ରୟୋଜନ ନାହିଁ ।
ସେ କେବଳ ତ୍ୟାଗର ମୂର୍ତ୍ତିଟିଏ ,
ସ୍ନେହ, ମମତା, ପ୍ରେମର ଉତ୍ସର୍ଗକାରୀ
କିଏ ବୁଝିବ !
ପାଦ ତଳର ପଙ୍କିଳ ମାଟି
କି , ପଦ୍ମ ତୋଳାରେ ନିପୁଣତା ଥିବା କେଳା !
ସେ ତ ସୁଦୂର ରାଇଜର ରବି ରଶ୍ମିରେ ଜୀବିତ
ପୁଷ୍କର ହୋମାଗ୍ନିରେ ଶହେ ଆଠ ଥର
ବଳି ଦେବା ପାଇଁ ପ୍ରସ୍ତୁତ ।
ଧୀରେ ଧୀରେ ଅସ୍ବୀକୃତ ପ୍ରେମ
ଜମାଟ ବାନ୍ଧେ ......
ଆଖି ଶ୍ରାବଣରେ ଅତୀତ ସ୍ମୃତି ଝରଣା
ପାଲଟେ ।
ଗୀତି କବିତାର ରୂପ ନେଇ ଗୁମୁରି ଉଠେ,
ସହପାଠୀ , ସହକର୍ମୀ ପରେ ବି
ଟୋପାଏ ସିନ୍ଦୂର ସୁନ୍ଥାର ଭାଗ୍ୟକୁ ନାହିଁ ।
ତଥାପି ପଚିଶ ବର୍ଷ ପରେ ବି
ସଂଜ୍ଞାହୀନ ପ୍ରେମ ସବୁଜ ସଂକେତ ଦିଏ .......

