STORYMIRROR

Bijay Prusty

Tragedy

4  

Bijay Prusty

Tragedy

ଏ ରାସ୍ତା ଅସରନ୍ତି ବୋଲି

ଏ ରାସ୍ତା ଅସରନ୍ତି ବୋଲି

1 min
159


ଆକାଶ ନିର୍ମଳ ଥିଲା

ଜହ୍ନ ଆଉ ତାରାଙ୍କ ରୋଷଣୀ

ଫଗୁଣ ରଙ୍ଗୀନ ଥିଲା ଫଗୁର ରଙ୍ଗରେ

ଫୁଲର ସୁରଭିରେ ମହକୁ ଥିଲା ଚତୁର୍ଦ୍ଦିଗ,

କଅଁଳ ପତ୍ରଙ୍କର କୋଳାହଳ

କୋଇଲିର କୁହୁ କୁହୁ ତାନ

ଆଖିରେ ଆଖିଏ ସ୍ୱପ୍ନ ପଇଁତରା ମାରୁଥିଲେ

କୁହୁଡିର ମାୟାଜାଲ ଲୁଚି ଯାଇଥିଲା I

ଚଇତି ଓଠରେ ମୁରୁକି ମୁରୁକି ହସ

ଧିରେ ଧିରେ ବଢୁଥିଲା ରାତ୍ରିର ବୟସ 

କିଏ କାହାକୁ ପ୍ରତିକ୍ଷା କରିଥିଲା କିଏ ଜାଣେ

ସତେ କଣ କେହି ଜଣେ ଆସିବାର ଥିଲା ?

କେହି ଆସୁ କି ନଆସୁ

ଅନନ୍ତ ଯୁଗର ତ ଏ ଅନ୍ତହୀନ ପ୍ରତୀକ୍ଷା

ପ୍ରତୀକ୍ଷାର ରାସ୍ତା ଏତେ ଲମ୍ବା ବୋଲି

କିଏ ଅବା ଜାଣିଥିଲା ?

ଏମିତିରେ ହଠାତ୍ ମାଡି ଆସିଲେ ଅଦିନ ବର୍ଷା

କାଳ ବୈଶାଖୀର କରାଳ ରୂପ

ଲିଭାଇ ଦେଲେ ଆଖିର ସବୁତକ ଅଞ୍ଜନ

ରାସ୍ତାର ଦୂରତା ବୋଧେ ଆହୁରି ଲମ୍ବିଯାଏ I

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy