Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Romance Tragedy Inspirational

4  

Prabhati Mahapatra

Romance Tragedy Inspirational

ବସନ୍ତର ଅନୁଭବେ

ବସନ୍ତର ଅନୁଭବେ

1 min
249



ମଧୁମୟ ତୁମ ମଧୁର ପରଶ

ମଧୁ ମଳୟର ବେଶେ

ମଧୁଶାଳା ପରି ପ୍ରୀତି ବାଢି ଦେଇ

ଚାଲି ଗଲ ଅବଶେଷେ ।

ତୁମକୁ ନେଇ ମୋ ଏଇ ଦୁଇ ଆଖି

ବସି ଥିଲା ସ୍ଵପ୍ନ ବୋଳି 

ବିରହୀ ରାଧିକା ନିକାଞ୍ଚନେ ଭାବେ

ଏକା ମୋର ବନମାଳୀ ।

ବିକଶିଲା କଇଁ ପ୍ରସ୍ଫୁଟିତ ପଦ୍ମ

ଜହ୍ନ ରବି ମଧୁ ପାନେ

ମଧୁର ମହତ୍ଵ ମଧୁପକୁ ଜଣା

କେ ବଞ୍ଚେ କାହାର ଦାନେ ।

ଋତୁରାଜ ଯେବେ ମନ ବଦଳାଏ

ଦୂରେ ଯିବା ପାଇଁ ଚାଲି

କୁମାରୀ ମନଟା ଉନ୍ମାଦିନୀ ପରି

ଉଦାସେ ଯାଏ ଚହଲି ।

ମଧୁକଣ୍ଠୀ ସ୍ବର ଶାନ୍ତ ପଡ଼ି ଯାଏ

ଚାଲି ଗଲେ ମଧୁକାଳ

ମଧୁବୀଜ ସଙ୍ଗେ ମଧୁ ମାଳତୀର

ମଧୁଭାଷୀ ପରିଚୟ ।

ରଜନୀ କୋଳରେ ତଟିନୀ ତଟରେ

ମଧୁଶଯ୍ୟାରେ ଚାନ୍ଦିନୀ

ମଧୂତ୍ସବ ଶେଷେ ମଧୁରିମା ଅନ୍ତ

ଏଇ ମୋ ମଧୁର ବାଣୀ ।



Rate this content
Log in

Similar oriya poem from Romance