STORYMIRROR

Prafulla Chandra Mishra

Tragedy Inspirational

4  

Prafulla Chandra Mishra

Tragedy Inspirational

ଲେଉଟିଛି କରୋନା

ଲେଉଟିଛି କରୋନା

1 min
156


ଲେଉଟି ଆସିଛି ଘାତକ କରୋନା ଚିନ୍ତା କରିବାର ବେଳ

ନହେଲେ ଏ ଭାଇରସ୍ ଆମ ପାଇଁ ସାଜିବରେ ମହାକାଳ

ବିସ୍ତାରେ ତାହାର କାୟା

ଜାଣେ ନାହିଁ ବୃଦ୍ଧ, ବାଳୁତ ବା ଯୁବା ନଜାଣଇ ମୋହ ମାୟା

ସେ ପରା ବିପଦପୂର୍ଣ୍ଣ ରାକ୍ଷସଟେ କରେ ଦିଏ ନାରଖାର

ଲେଉଟି ଆସିଛି ଘାତକ କରୋନା ଚିନ୍ତା କରିବାର ବେଳ ।।


ତାହାର କରାଳ ଅତିକାୟ ହାତ ଗୋଡାଇ ଗୋଡାଇ ଧରେ

ଧରି ନେଇ ଯାଏ ଅକ୍ଳେଶେ ଯାହାକୁ ତାକୁ ଅକର୍ମଣ୍ୟ କରେ

ଶେଷରେ ଜୀବନ ନିଏ

ଚାଇନା ଘାତକ ନୁହଁଇ କାହାର ବଡ଼ ଅବିଶ୍ଵାସି ଇଏ

ନିଃସ୍ୱ କରିଅଛି ବିଶ୍ଵ ମାନବକୁ ଉଜାଡିଛି ସବୁ ଘର

ଲେଉଟି ଆସିଛି ଘାତକ କରୋନା ଚିନ୍ତା କରିବାର ବେଳ ।।


ସେଦିନର କଥା ଭୁଲିନି ଏ ମନ ଶୁଖିନି ଆଖିରୁ ଲୁହ

ଗୁମୁରି ଗୁମୁରି ଗୁଞ୍ଜରିତ ହୁଏ ସେଇ ପୁଞ୍ଜିଭୂତ କୋହ

ସପନ ସମାଧି ନିଏ

ଆଗାମୀ ଦିନର ଆଶା ବିଶ୍ଵାସକୁ ଭାଙ୍ଗିଦେଇ ଅଛି ଇଏ

ରକତ ରଞ୍ଜିତ ଇତିହାସ ପୃଷ୍ଠା ମଣ୍ଡିବ କାହାଣୀ ତା’ର

ଲେଉଟି ଆସିଛି ଘାତକ କରୋନା ଚିନ୍ତା କରିବାର ବେଳ ।।


ତା’ର ସମ୍ମୁଖୀନ ହେବାକୁ ପଡିବ ନିର୍ଭୀକ ମନରେ ପୁଣି

ସାବଧାନ ହୋଇ ରହିବା ନିହାତି ଆବଶ୍ୟକ କଥା ମାନି

କରିଲେ ସେଥିରେ ହେଳା

ଚାହୁଁ ଚାହୁଁ ଧୀରେ ଧୀରେ କରାୟତ କରି ବୁଡାଇବ ଭେଳା

ନିବେଦନ କରେ କବି କବିତାରେ ମାନ ଆରେ ବିମ୍ବାଧର

ଲେଉଟି ଆସିଛି ଘାତକ କରୋନା ଚିନ୍ତା କରିବାର ବେଳ ।।


ମୁହେଁ ରଖି ତୁଣ୍ଡି, ନକର ଗହଳି ବଜାର ହାଟ ବା ମେଳା 

ହାତ ଗୋଡ ସଫାକରିବ ସେଥିରେ ନକରିବା ତିଳେ ହେଳା

ସାଧାରଣ ଏହି କଥା

ମାନି ଚଳୁଥିଲେ ନିଶ୍ଚୟ ଦୁରିତ ହେବରେ ଦୁଃସହ ବ୍ୟଥା

କବିର ଲେଖନୀ ସାର୍ଥକ ହୋଇବ ନଭୁଲିବୁ ରତ୍ନାକର

ଲେଉଟି ଆସିଛି ଘାତକ କରୋନା ଚିନ୍ତା କରିବାର ବେଳ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy