Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Romance Tragedy

4.5  

KRUTIBAS NAYAK

Romance Tragedy

SM Boos ପ୍ରେମ ବିରହ କବିତା: ତୁମେ ଚାଲିଗଲ କାହିଁ ? -ଡକ୍ଟର କୃତ୍ତିବାସ ନାୟକ

SM Boos ପ୍ରେମ ବିରହ କବିତା: ତୁମେ ଚାଲିଗଲ କାହିଁ ? -ଡକ୍ଟର କୃତ୍ତିବାସ ନାୟକ

1 min
254


SM Boos ପ୍ରେମ ବିରହ କବିତା: ତୁମେ ଚାଲିଗଲ କାହିଁ ?

ଆମ ଦେଖା ନ ହୋଇଲା ନାହିଁ,

ତୁମେ କଥା ନ କହିଲ ନାହିଁ;

ତୁମେ ତ ଜାଣିଛ ମୁଁ ବି ଜାଣିଛି-ବାଟ ନାହିଁ ଆମପାଇଁ |


ଏବେ ଜୀବନଟା ବୋଝ ହେଲା,

ପ୍ରେମ ସବୁ କିଛି ନେଇଥିଲା;

ତୁମେ ଜାଣିନାହିଁ ମୁଁ ବି ଜାଣେନା-ଏମିତି କେମିତି ହେଲା ?


ତୁମ ବାଟରେ ଅନେକ ବାଧା,

ମୋର ପ୍ରୀତି ରହିଗଲା ଅଧା;

ମୋ ମନ କହୁଛି ତୁମେ କହୁଥିଲ-ମୁହିଁ କାହ୍ନା ତୁମେ ରାଧା |


ତୁମେ ମୋତେ ଦେଇଥିଲ ଚାହିଁ,

ଟିକେ ହସି ଦେଇଥିଲି ମୁହଁ;

ଆଖିର ପଲକେ ଅଜଣା ପୁଲକେ-ତୁମର ଗଲି ମୁଁ ହୋଇ |


ତୁମେ ଯଦି ବା ଜାଣିଛ କୁହ,

ମୋତେ କିଆଁ ଦେଲା ଏତେ ଲୁହ ?

ଡରି ରହିବାକୁ ଝୁରି ମରିବାକୁ-ନୀରବରେ କିଆଁ କୁହ ?


ମୋତେ କେବେ ଭୁଲିଯିବ ନାହିଁ,

ତୁମ ବାଟକୁ ରହିଛି ଚାହିଁ;

ତୁମପାଇଁ ମୁହିଁ ମୋ ପାଇଁ ତ ତୁମେ- ଆଜି ଚାଲିଗଲ କାହିଁ ?



Rate this content
Log in

Similar oriya poem from Romance