ଫଗୁଣ ଡାକିଲା ଆ'
ଫଗୁଣ ଡାକିଲା ଆ'
ଦୁଃଖର ନଈରେ ସ୍ନାନ କରୁଥିଲି
କାହିଁକି ମୁଁ ଜାଣିନାହିଁ
ତା ଚହଲା ପାଣି ଛାତି ଚିରୁଥିଲା
ଲୁହ ଯାଉଥିଲା ବୋହି I
ଜୀବନ ନଈରେ କୋହର ଜୁଆର
ହୃଦୟକୁ ଗଲା ଭେଦି
ଆଖି ଦେଖୁଥିଲା ବିବର୍ଣ୍ଣ ଦୁନିଆ
ଜୀବନର ଜଳଛବି I
ଧିରେ ହାତଠାରି ଡାକୁଥିଲା ମୃତ୍ୟୁ
ଜୀବନ କହିଲା ନାହିଁ
ଦୁଃଖ ନଈ କୂଳେ ଆଖିରେ ପଡିଲା
ପ୍ରୀତିମଖା ଏକ ଛାଇ I
ଆଖିରୁ ପୋଛିଲା ସବୁତକ ଲୁହ
ହୃଦୟୁ ଲିଭିଲା କୋହ
କାନରେ ବାଜିଲା ପ୍ରଣୟ ସଙ୍ଗୀତ
ଦୁଃଖ ନଦୀ ହେଲା କ୍ଷୟ I
ସାଉଁଟିଲି ଯେବେ ନୂଆ ନୂଆ ସ୍ୱପ୍ନ
ମିଳିଲା ହୃଦୟ ଖିଏ
ପ୍ରୀତିର ବର୍ଷାରେ ଭିଜିଲା ଫଗୁଣ
ରଙ୍ଗ ବୋଳିଦେଲା ଦେହେ I