(୨୧)#ଅଭିମନ୍ଯୁ ବଧ # ଗାଥା କବିତା
(୨୧)#ଅଭିମନ୍ଯୁ ବଧ # ଗାଥା କବିତା


ତମାମ ଅନୁଭବକୁ ଏକତ୍ରିତ କରି
ରଚିଲେ ଚକ୍ରବ୍ୟୁହ ଗୁରୁ ଦ୍ରୋଣାଚାର୍ଯ୍ୟ
ସାରିଦେବେ ଯୁଦ୍ଧ ଆଜି ଏକା ଦିନକରେ
ଦୁର୍ଯ୍ୟୋଧନ ପାଇବ ସମ୍ପୁର୍ଣ୍ଣ ଏ ରାଜ୍ୟ l
ଭାଳେଣୀ ପଡ଼ିଅଛି ପାଣ୍ତବ ଶିବିରରେ
କୃଷ୍ଣ ଅର୍ଜୁନ ଏବେ କାହିଁ କେତେ ଦୂରେ
କିଏ ସେ ଭେଦିବ ଚକ୍ରବ୍ୟୁହର ସେ ଭେଦ
ନହେଲେ ପରାଜୟ ଆଜି ନିଶ୍ଚିତରେ l
ସେଇ ମୁହୂର୍ତ୍ତେ ଶତ ସୂର୍ଯ୍ୟର ଦୀପ୍ତି ନେଇ
ବାଳକ ଅଭିମନ୍ୟୁ ଆସି ପହଞ୍ଚଇ
ଯୁଧିଷ୍ଠିର ଆଗେ ନତ ମସ୍ତକ ହୋଇଣ
ଭେଦ ଭେଦିବାକୁ ନମ୍ରେ ଆଜ୍ଞା ମାଗଇ l
ପଡ଼ି ଯୁଧିଷ୍ଠିର ଏବେ ଧର୍ମ ଶଙ୍କଟରେ
ଅନୁମତି ଦେଲେ ସେ ବ୍ୟୁହ ଭେଦିବାରେ
ପଶିଗଲା ଅଭିମନ୍ୟୁ ଯେବେ ବ୍ଯୁହ ମଧ୍ୟେ
ଘେରି ଗଲେ ସପ୍ତରଥି ତାକୁ ଅଚିରେ l
ଭୀଷଣ ଲଢିଲା ଅଭି ଏକା ଏକା ଯୁଦ୍ଧେ
ଭୟ ଖେଳିଗଲା କୁରୁ ଯୋଦ୍ଧାଙ୍କ ମଧ୍ୟେ
ଧର୍ମ ଛାଡି ଦେଇ ଅଧର୍ମକୁ କଲେ ସାଥି
ଏକାଠି ହୋଇ ଚିରିଲେ ଅଭିର ଛାତି l
କାପୁରୁଷ ସାଜିଲେ ସପ୍ତ ରଥି ସେଦିନ
ଛଳନାରେ ହୋଇଲା ଅଭିମନ୍ୟୁ ବଧ
ବୀରଦର୍ପେ ଯାଇ ସେ ଯେଉଁ ଲଢିଲା
କାଳବକ୍ଷେ ହେଲା ତା ନାଆଁ ଲିପିବଦ୍ଧ ।