STORYMIRROR

Tapan Kumar Biswal

Tragedy Inspirational

3  

Tapan Kumar Biswal

Tragedy Inspirational

ଏହା ସତ୍ୟ ନା ଭାବନା

ଏହା ସତ୍ୟ ନା ଭାବନା

1 min
240

  


ଭିଜା ମାଟିର ବାସ୍ନା ତ ସାତ ସ୍ୱପ୍ନ ଏଠି

ତୁମେ କେମିତି ପାଇବ ତାକୁ

ଏଠି ଚାରିଆଡେ ପିଚୁ ଆଉ କଂକ୍ରିଟ

ଯେତେ ଖୋଜିଲେ ବି

କଣ ତୁମେ ପାଇ ପାରିବ ll


କାହିଁକି ଖୋଜୁଛ

ମଳୟ ପବନକୁ

ଚାରିଆଡେ ତ ବୃକ୍ଷ ଶୂନ୍ୟ ପ୍ରାୟ

ତୁମକୁ ସୁସ୍ଥ ପରିବେଶ

କୁଆଡୁ ମିଳିବ ll


ଗାଁ ଲୋକେ ଏବେ ସହର ମୁଁହା

ଅଧିକ ଅର୍ଥ ରୋଜଗାର ଆଶାରେ

କିନ୍ତୁ ତାଙ୍କୁ ଥରେ ପଚାର

ତୁମ ମନ କେଉଁଠି ଅଛି

ସହରରେ ନା ଗାଁରେ ll


ଆମେ ମାନେ ତ ନିଜେ ହିଁ

ଆଧୁନିକ ନାଁରେ ଭୁଲିଯାଉଛେ

ପ୍ରାଚୀନ ସଂସ୍କୃତି କୁ

ତେବେ ସଂସ୍କାର କେମିତି ପାଇବା ll


ସତରେ କିଛି କାମ ନଥାଇ ମଧ୍ୟ

ରହୁଛନ୍ତି ସମସ୍ତେ ପ୍ରାୟ 

ଅନେକ ବ୍ୟସ୍ତତା ଭିତରେ

ବାସ୍ତବରେ ଏହା ସତ୍ୟ ନା ଭାବନା ll

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy