" ଅନ୍ନଦାତା"
" ଅନ୍ନଦାତା"


ସ୍ଳୋଗାନ ଭଲ ଲାଗେ
ଶୁଣିବାକୁ କହିବାକୁ ,
ନିର୍ବାଚନୀ ଭାଷଣରେ
ସବୁ କିଛି କରିବାକୁ ,
କୁମ୍ଭୀର କାନ୍ଦଣା
ପ୍ରତିଟି କାନ୍ଦଇ ଏଠି
ଯିଏ ବି ଦାନା ମୁଠେ ଖାଏ ,
କୃଷି ପ୍ରଧାନ ଦେଶ ...
ଚଷା ମୁହେଁ ହସ ...
ଫାଲତୁ କଥା ଗପୁଥାଏ
ବେଧଡକ ବକୁଥାଏ ।
ମାଟି କାଦୁଅ ସାଂଗରେ
ପଶୁ ହୁଏ ସେ କ୍ଷେତରେ
ପେଟ ପୋଷିବାକୁ ... ,
କ'ଣ ଖାଲି ତା ନିଜର
କ'ଣ ତା ପରିବାରର !
ସ୍ଵର୍ଣ୍ଣ ପ୍ରସୁ ହୁଏ ଏ ଧରଣୀ
ସେ ଝାଳର ଅସୁକ ବାସ୍ନାରେ ।
ରାଜ ରାସ୍ତାରେ ବସିଛି
ସେ ଶୀତରେ ଥରୁଛି ,
ତଥାପି ଜଗିଛି ,
ତା ନିମ୍ନତମ ମୂଲ୍ଯପାଇଁ ,
ସେଇଠି ଖାଉ
ଛି ,
ସେ ରାସ୍ତାରେ ଶୋଉଛି ,
ତଥାପି ଜଗିଛି ,
ତା ଜୀବନ ଜୀବିକା ପାଇଁ ।
କାହିଁକି କରେ ବିରୋଧ
କିମ୍ପା ଆଇନର ଅବରୋଧ
ସେ ଅଶିକ୍ଷିତ ଚାଷୀ ବୁଝି ନାହିଁ
କ'ଣ କୃଷି ବିଲର ଭେଦ ,
ହେ ମହାଜ୍ଞାନୀ ମାନେ
ସାମାନ୍ୟ ଚାଷୀଟିକୁ ଅବା
ବୁଝାଇବାରେ ଅସମର୍ଥ
କୃଷି ବିଲ୍ ଭଲ ଅବା ମନ୍ଦ ।
କାହିଁକି ସେ କରେ ଅବିଶ୍ୱାସ
ଅଡ଼ି ବସେ ଆପଣା ଜିଦିରେ
ସେ କି ମଦମତ୍ତ ଅଂହକାରେ !
ଆଉ କେତେ ଦିନ ...
ଏ ଦେଶର ସରକାରମାନେ
କରୁଥିବ ରାଜନୀତି ...
କୃଷି ଆଉ କୃଷକ ସାଥିରେ ,
ମୁଣ୍ତ ଝାଳ ତୁଣ୍ଡେ ମରା
ଏ ଅନ୍ନଦାତାଙ୍କ ସଂଗରେ ।