STORYMIRROR

Alaka Nanda

Tragedy

3  

Alaka Nanda

Tragedy

ଶୂନ୍ୟ ଜୀବନ

ଶୂନ୍ୟ ଜୀବନ

1 min
174

କହନ୍ତି ସଭିଏଁ ସମୟ ହଉଛି ସବୁଠାରୁ ବଡ ଜଡି

ସବୁ ଦୁଃଖ ସିଏ ଭୁଲାଇ ଦବଲୋ ରହଟିକେ ଦମ୍ଭ ଧରି।

ଦିନ ବିତିଯାଇ ମାସବି ବିତିଲା କାଇଁ ହେଲାନିତ କିଛି?

ଟିକେ ଯଦି ଅବା ଭୁଲି ମୁଁ ପାରନ୍ତି ପୁରୁଣା ସ୍ମୃତିରୁ କିଛି ା

ଦିନ ରାତି ବିତି ଯାଉଛି କେମିତି, ଦୁଃଖ ଟିକେ କମୁନିତ?

ତୁମରି ଚିନ୍ତାରେ ତୁମକଥା ଭାବି ବେଳ ମୋର କଟୁନିତ?

ଶୂନ୍ୟ ଜୀବନ କାଟିବି କେମିତି ତୁମେ ଆଜି ମତେ କୁହ,

ତୁମରି ଡାକକୁ ଚାହିଁ ରହିଛି ମୁଁ ଖାଲି ଢାଳିଢାଳି ଲୁହ ା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy