STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

କୃଷକ କାନ୍ଦଇ

କୃଷକ କାନ୍ଦଇ

1 min
154

  

  କୃଷକ କାନ୍ଦଇ

  କୃଷି କ୍ଷେତ୍ରେ ତା'ର

  ଶିକ୍ଷକ କାନ୍ଦଇ ରାଜ ରାସ୍ତାରେ

  ଅଙ୍ଗନୱାଡି ଏବେ 

  ଛାଡି କାର୍ଯ୍ୟ କ୍ଷେତ୍ରେ

  ରାଜଧାନୀ ରାଜ ରାସ୍ତାରେ 

  ଧର୍ମଘଟ କରେ

  ସ୍ଵାସ୍ଥ୍ୟ କର୍ମୀ ମାନେ

  ସବୁ କରି ତୃଣ ମୂଳ ସ୍ତରେ

  ସବୁ ସ୍ଵାସ୍ଥ୍ୟସେବା ଯୋଗାଇ

  ନିଜ ସ୍ଵାସ୍ଥ୍ୟ ପାଇଁ ବୁଲେ ବାରଦ୍ଵାରେ ।


  ନୀତି ନୈତିକତା ର ଘୋର ଅଭାବ

  କର୍ମଚାରୀ ମାରଣନୀତିରେ

  ଆମ ସରକାର ରଖନ୍ତି ଭାବ

  ଉଚ୍ଚ ପଦସ୍ଥ ଅଧିକାରୀ

  ପାଆନ୍ତି ସବୁ ସୁବିଧା ସୁଯୋଗ

  ତଳିଆ କର୍ମଚାରୀ ଙ୍କ ପାଇଁ

  ସବୁ ଅଟଇ ଦୁର୍ଯୋଗ

  ତଳିଆ କର୍ମଚାରୀ 

  ସତେ କି ପୋଷ୍ୟ ପୁଅ

  ଆମ ସରକାର ଙ୍କ ପାଶେ

  ନ ଥାଏ ସମୟ

  ଶୁଣିବାକୁ ତାଙ୍କ ଦାବି ସମୂହ

  ମାର ମାର ବୋଲି ଭଣ୍ଡାରିଆ କୁ ମାର

   ଏହି ନୀତି କୁ ଆଦରିଛନ୍ତି ଆମ ସରକାର ।


   ମୋ ସରକାର କରୁଛି କ'ଣ

   କ'ଣ କେବଳ କୃଷି ଶ୍ରମିକ ଓ

   ତଳିଆ କର୍ମଚାରୀ ଙ୍କ ମାରଣ

   ମୁଖିଆ ପଚାରନ୍ତି ଆମ

   ଆପଣ ମାନେ ଖୁସି ତ

   କେତେ ଖୁସୀ କେତେ ଦୁଃଖୀ

   ବୁଝନ୍ତି ଆମ ଶ୍ରମିକ କୃଷକ

   ଦରିଦ୍ର ଦଳିତ ନିଷ୍ପେସିତ ?


   ସ୍ଵାସ୍ଥ୍ୟ ଶିକ୍ଷା ଆମ କେତେ ଉନ୍ନତ

   ସରକାରୀ ଠାରୁ 

   ବେସରକାରୀ ସଂସ୍ଥାରେ ଜନ ଗହଳି ବହୁତ

   ଘରୋଇ ଶିକ୍ଷା ଘରୋଇ ସ୍ଵାସ୍ଥ୍ୟ

   ଦିନୁଁ ଦିନ ହୁଏ ଉନ୍ନତ

   କିମ୍ପାଇଁ ସରକାରୀ ସଂସ୍ଥା ଡୁବି ଯାଏ ତ

   ଏହି ତେବେ କ'ଣ ଆମ ଗଣତନ୍ତ୍ର

   ଏହି ତେବେ ଆମ ଜନ ମଙ୍ଗଳ ରାଷ୍ଟ୍ର ମହତ୍ତ୍ଵ ?


   ଶିକ୍ଷା, ସ୍ଵାସ୍ଥ୍ୟ, କୃଷି

   ସବୁ ବିଭାଗର ନାହିଁ

   ଆମ ମାନ ମହତ୍ତ୍ଵ

   ସେ ପାଇଁ କୃଷକ କାନ୍ଦଇ

   ଶ୍ରମିକ କାନ୍ଦଇ

   ସ୍ଵାସ୍ଥ୍ୟ କର୍ମୀ ଶିକ୍ଷକ କାନ୍ଦଇ

   ଛାଡି କର୍ମସଂସ୍ଥାନ

   ରାଜ ରାସ୍ତାରେ ହରାଇ 

   ନିଜ ମାନ ମହତ୍ତ୍ଵ ।

    


   

      


    

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract