STORYMIRROR

Snigdha Nayak

Romance Tragedy

3  

Snigdha Nayak

Romance Tragedy

କିଏ..? ହାର୍ ମାନି ଯାଇଛି..

କିଏ..? ହାର୍ ମାନି ଯାଇଛି..

1 min
118


ସବୁଦିନ ପରି....

ଆଜି ବି ଅନାଇଲି ଆକାଶକୁ

ଚାହିଁଲି ଜହ୍ନକୁ

ନା' ଇଙ୍ଗିତ... ନା ବାରତା

ଆଚମ୍ବିତ ମୁଁ.....!!!


ବିତିଲା ଯୁଗ... ବିତିଲା ବରଷ

ଦୂରତ୍ୱ ସତ୍ତ୍ୱେ କରିଥିଲା ଏକ

କେତେ ଧ୍ୱଂସକାରୀ ଝଡ଼ରେ

ବାନ୍ଧିଥିଲା ଏକ ଅକ୍ଷୟ ରଜ୍ଜୁରେ...

ଏଇ କିଛିଦିନ ହେଲା.......

ଆଚମ୍ବିତ ମୁଁ........!!!!


ଏଇ କେଇଟା ଦିନହେଲା

ଏ ଖଣ୍ଡିକ ମେଘମାଳା

ଢାଙ୍କୁଛି ଜହ୍ନକୁ

ନ ପାଇ ସନ୍ଦେଶ କି ?ଲୁଚାଏ ମୁଖକୁ...

ସନ୍ଦେଶ ବଦଳେ ଝରିଯାଏ ଦି' ଟୋପା ଚକ୍ଷୁରୁ...

ଆଚମ୍ବିତ ମୁଁ.......!!!


ଅନବରତ ଅସହ୍ୟ....

ଟୋପା ନୁହଁ.....

ହାଲକା.. ହଲକା ....

ସେଇ ଶୀତଳ ସଲିଳର ପ୍ରେମ ବାସ୍ନା

ମଧ୍ୟେ ଟୋପେ...ଦି'ଟୋପା ବିଷାକ୍ତ ତୃଷ୍ଣ।

ଶୀତଳତା ଭିତରେ...ଏ , କି...??

ଭୟଙ୍କରୀ ଝଡର ଆବାହନ

ଆଚମ୍ବିତ ମୁଁ.........!!!


ଅନାଏ ଯେବେ ଥରେ ପଛକୁ

ହୁଏ ଆଚମ୍ବିତ ଦେଖି ତୁମର

ସେଇ ତାଣ୍ଡଵକାରୀ ରୂପରେଖକୁ

ପ୍ରଳୟଙ୍କାରୀ ଝଡ଼ ତୋଫାନରେ

 ବଞ୍ଚାଇ ରଖିବା ପାଇଁ ଏ ସମ୍ପର୍କକୁ...


ହାର ମାନିଥିଲି ଦେଖି ତୁମର ସେଇ ହଟକୁ

ଦୂରତ୍ୱ ସତ୍ତ୍ୱେ ଜାବୁଡି ଧରିଥିବା

 ତୁମର ଶକ୍ତ ବାହୁବନ୍ଧନର ଉଷ୍ମତାକୁ

କିଛି କ୍ଷଣର ତୋଫାନ ପରେ

ପୁନଶ୍ଚ ବସା ବାନ୍ଧିବାର ବିଶ୍ୱାସକୁ...


ହେଲେ କାହିଁ ଆଜି ବିନା ସନ୍ଦେଶେ ଲୁଚେ ମୋ ଜହ୍ନ

ଲାଗେ ଆଜି ମତେ କି ପାଇଁ ସେ ଭିନ୍ନ

ସନ୍ଦେଶ ରେ ଖାଲି ଏ ଟୋପାଏ ଲୁହ..

ତା'ହେଲେ କ'ଣ........

ତମେ ହାର ମାନି ଯାଇଛ.....??

ବାସ !ଏଇ ଚାରିଟା ଦିନରେ

ନା' ଆଉ କିଛି ଆଶଙ୍କା ବାନ୍ଧିଛି ବସା ମନରେ...??

ଆଚମ୍ବିତ ମୁଁ...!!!


ସତରେ....

ତା'ହେଲେ କଣ ତମେ ହାର ମାନିଯାଇଛ...?

ନା'...ମୁଁ...??

ପ୍ରତୀକ୍ଷାର ବିତୃଷ୍ଣ।ରେ

ଦୋଷାର୍ପଣ କରିଚାଲିଛୁ ଦୁହେଁ ଦୁହିଁଙ୍କୁ....

ତମେ ନା.....' ମୁଁ....?

କିଏ ..? ସେ ହାରିଯାଇଛି....

ଆଚମ୍ବିତ ମୁଁ...!!!

ହଁ, ଆଚମ୍ବିତ ଆଜି , ମୁଁ......!!!



Rate this content
Log in

Similar oriya poem from Romance