STORYMIRROR

Debashisa Palei

Romance

3  

Debashisa Palei

Romance

ପ୍ରେମ ଓ ପ୍ରତୀକ୍ଷା

ପ୍ରେମ ଓ ପ୍ରତୀକ୍ଷା

1 min
184

କେତେ ଯେ ସ୍ୱପ୍ନ କେତେ ଯେ ଆଶା  

   ଏ ମନେ ବସା ବାନ୍ଧିଥିଲା 

ସ୍ୱର୍ଗୀୟ ପ୍ରେମର ସ୍ୱାଦ ବାରିବାକୁ  

   ଏ ହୃଦୟ ପ୍ରତୀକ୍ଷା କରିଥିଲା...(୧)


 କେତେ ଯେ ବିରହ କେତେ ଯେ ଯନ୍ତ୍ରଣା

     ସହିଛି ଏ ନିଷ୍ପାପ ହୃଦୟ

 ଅମାନିଆ ମନର ଆବେଗକୁ ଜାବୁଡ଼ି 

    ବିତିଯାଇଛି ଅନେକ ସମୟ...(୨) 



ପ୍ରେମ ହିଁ ଶାଶ୍ୱତ ପ୍ରେମ ହିଁ ଚିରନ୍ତନ  

   ପ୍ରେମ ହିଁ ବିଶ୍ୱାସର ଗନ୍ତାଘର 

ପ୍ରକୃତ ପ୍ରେମକୁ ପାଇବାକୁ ହେଲେ  

   ପ୍ରତୀକ୍ଷା ଅବଶ୍ୟ ଦରକାର...(୩) 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance