STORYMIRROR

Debashisa Palei

Classics

3  

Debashisa Palei

Classics

ମୋ ମାଟିର କଥା

ମୋ ମାଟିର କଥା

1 min
162

 ଅବର୍ଣ୍ଣନୀୟ ମୋ ମାଟିର କଥା 

ଯୁଗେ ଯୁଗେ ତାର ବଖାଣେ ଗାଥା 

ସୁଶୋଭନୀୟ ତାର ପରିବେଶ

ମହାପୁରୁଷଗଣ କରିଛନ୍ତି ଯା ଯଶ...।


 ଏ ମାଟି ଅଟଇ ଶିକ୍ଷାର ଗନ୍ତାଘର 

ବିଦ୍ୟାଳୟଗଣ ବଢ଼ାନ୍ତି ଶୋଭା ତାର 

ସଂସ୍କୃତି ଏବଂ ଐତିହ୍ୟରେ ଏହା ଭରପୁର 

ସୁନ୍ଦର କଳାକୃତିର ନାହିଁ ପଟାନ୍ତର ...।


ଅନେକ ପର୍ବପର୍ବାଣୀ ପାଳନ ହୁଏ ଏଠି 

ରଥଯାତ୍ରା ରଜେ ଜନତା ହୁଅନ୍ତି ଏକାଠି 

ପର୍ଯ୍ୟଟନସ୍ଥଳୀର ଅଛି ଏଠି ସମ୍ଭାର 

ଚିଲିକାର ସୌନ୍ଦର୍ଯ୍ୟେ ମନଭରେ ମୋର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics