Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Romance

3  

Prafulla Chandra Mishra

Romance

ଚନ୍ଦ୍ର ଉଦିଆ

ଚନ୍ଦ୍ର ଉଦିଆ

1 min
210


ମୋତେ ଆଜି କରିଛି କିମିଆଁ

ତୋର ତାରାଫୁଲ ରୂପ ମନଛୁଆଁ ମୋତେ ଆଜି...।।


ଚାଲୁ ଚାଲୁ ଚଲା ପଥେ ତୋତେ ଯେବେ ମୁହିଁ ଦେଖେ

ଦେଖୁ ଦେଖୁ ତୋର ମୁହଁ

    ହେଲି ମୁଁ ବାଇଆ

ଚୁଲୁବୁଲି ରୂପ ତୋର ଆହା କି ବଢିଆ

ମୋତେ ଆଜି କରିଛି କିମିଆଁ...।।


ଆକାଶର ଇନ୍ଦ୍ରଧନୁ ପରି ଦିଶେ ତୋର ତନୁ

ମନ ଛନଛନ ହୁଏ

  କଲୁ କି କିମିଆଁ

ଝିଲିମିଲି ରୂପ ତୋର କି ଚନ୍ଦ୍ର ଉଦିଆ

ମୋତେ ଆଜି କରିଛି କିମିଆଁ...।।


ଝୁରିଝୁରି ତୋତେ ସହୀ ଆଉ ନପାରଇ ସହି

ଆଉ ଲୁଚକାଳି ଖେଳ

  ନଖେଳି ତୁ ଚାଲିଆ

ପ୍ରେମ ଫାଶରେ ବାନ୍ଧି ଲଗାଇ ଦେଲୁ ମାୟା

ମୋତେ ଆଜି କରିଛି କିମିଆଁ...।।


ପ୍ରିତୀ ମନ୍ଦାକିନୀ ଧାର ହୃଦୟରେ‌ ତିନି ଗାର

ଟାଣି ଦେଇ ସହୀ ମନେ

  ଲଗାଇଲୁ ନିଆଁ

ନ ଜଳାଅ ଆଉ ଏବେ କର ବାରେ ଦୟା

ମୋତେ ଆଜି କରିଛି କିମିଆଁ...।।


ତବ ପ୍ରୀତି ଜଳେ ସଖୀ ଗଲେ ଗୋଟାପଣେ ଭିଜି

ଲିଭିଯିବ ହୃଦୟରେ

  ଜଳୁ ଥିବା ନିଆଁ

ଅମୀୟ ପରଶେ ତୁମ ଭୁଭିବି ଦୁନିଆଁ

ମୋତେ ଆଜି କରିଛି କିମିଆଁ...।।


     






Rate this content
Log in

Similar oriya poem from Romance