Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Fantasy

4  

Prafulla Chandra Mishra

Fantasy

ରଥ ଖଳା-୨

ରଥ ଖଳା-୨

1 min
4



ନଡିଆ ବାହୁଙ୍ଗା ଚାଞ୍ଚରେ ଖଳା ହୁଏ ଛପର

ଆଡି କାନ୍ଥ କାମ କରଇ ଶ୍ରୀଫଳର ପତର

ଆଜ୍ଞାମାଳ ବିଜେ କରନ୍ତି ରଥ ଖଳା କୁ ଯେବେ

ଶିଳ୍ପୀ କୁଳ ପତି ନିମନ୍ତ୍ରେ ଶୀରେ ପଗଡି ବାନ୍ଧେ ।।


ମହାରାଜା ଙ୍କର ଆଦେଶେ ରଥ ସଜ ହୁଅଇ

ବିଚିତ୍ର ଏ ନୀତି ନିୟମ ତାର କଳନା ନାହିଁ

ଅକ୍ଷିତୃତୀୟା ରୁ ଆରମ୍ଭ ଶ୍ରୀଗୁଣ୍ଡିଚା ଭିତରେ

ସେହି ତିନିରଥ ସଜ୍ଜିତ ହୋଇ ବଡ ଦାଣ୍ଡରେ ।।


ଗଡଇ ବସାଇ ଆସନେ ତାର ପ୍ରାଣ ଠାକୁର

ତିନିରଥେ ତିନି ଦେବତା ଦେଖୁଅଛି ତ୍ରିପୁର

ପୁରସ୍ତମ ଧାମ ଶ୍ରୀକ୍ଷେତ୍ର କ୍ଷେତ୍ରଶ୍ଵରୀ ବିମଳା

ପବିତ୍ର ସୁରମ୍ୟ ଦାଣ୍ଡରେ ଦେଖ ସେ ରଥ ଖଳା ।।


ସେ ରଥ ଖଳାର ମହିମା ଅଟେ ଅବର୍ଣ୍ଣନୀୟ

ଯହିଁ ବିଚରନ୍ତି ଦେବତା ଆହା କି ପୂଣ୍ୟମୟ ।।



Rate this content
Log in

Similar oriya poem from Fantasy