STORYMIRROR

Jagannath Barik

Fantasy Inspirational

3  

Jagannath Barik

Fantasy Inspirational

ମାନଭଞ୍ଜନ(ମୁଖ୍ୟମନ୍ତ୍ରୀ ମାଳିକା)

ମାନଭଞ୍ଜନ(ମୁଖ୍ୟମନ୍ତ୍ରୀ ମାଳିକା)

1 min
155


ବିଶ୍ୱନାଥ ମୋହିନୀ ତୁ,  ସଦାଶିବ ଦାୟିନୀ ରେ

ନବକୃଷ୍ଣ ଘନ କେଶୀ   ନିଧୂବନ ବାହିନୀ ରେ ।


ଇନ୍ଦ୍ର ନୀଳମଣି ଆଖି   ଦେଖି ମନ ରହେ ଲାଖି

ଆସ ରାଜେନ୍ଦ୍ର ନନ୍ଦିନୀ   କେଳି କଳା ସାଧିନୀରେ ।


ଆହା ନବୀନ ନବୀନା  ହେମାଙ୍ଗିନୀ ବରାଙ୍ଗନା 

ବିଜୟ କର ମୋ ଅଙ୍କେ  ମାନ ତେଜି ମାନିନୀ ରେ ।


କୁଚ ଗିରୀଶ ଶୋଭିନୀ  କୃଶାଙ୍ଗୀ ଗଜ ଗାମିନୀ 

ଜାନକୀଶ ଈଶ ପର   ଶର ବାଧେ ସଙ୍ଗିନୀ ରେ ।


ହରେ କୃଷ୍ଣ ବିନାୟକ   ପ୍ରସାଦ ବାଳା ତିଳକ 

ଭାଷେ ଜଗନ୍ନାଥ ରୋଷ   ତେଜ ଶଶୀ ହାସିନୀ ରେ ।


-ମୁଖ୍ୟ ମନ୍ତ୍ରୀମାନଙ୍କ ନାମ

ବିଶ୍ୱନାଥ ଦାସ,ସଦାଶିବ ତ୍ରିପାଠୀ, ନବ କୃଷ୍ଣ ଚୌଧୁରୀ, ନୀଳମଣି ରାଉତରାୟ, ରାଜେନ୍ଦ୍ର ନାରାୟଣ ସିଂଦେଓ, ନନ୍ଦିନୀ ଶତପଥି, ନବୀନ ପଟ୍ଟନାୟକ, ହେମାନନ୍ଦ ବିଶ୍ୱାଳ, ବିଜୟାନନ୍ଦ ପଟ୍ଟନାୟକ, ଗିରିଧାରୀ ଗମାଙ୍ଗ, ଜାନକୀ ବଲ୍ଳଭ ପଟ୍ଟନାୟକ, ହରେ କୃଷ୍ଣ ମହତାବ, ବିନାୟକ ଆଚାର୍ଯ୍ୟ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy