STORYMIRROR

Prafulla Chandra Mishra

Fantasy

4  

Prafulla Chandra Mishra

Fantasy

ରଥଖଳା-୧

ରଥଖଳା-୧

1 min
22

          

ଖଳା ରେ ଅମଳ କରଇ ଚାଷୀ ଫସଲ ଯେତେ

ରଥ ଖଳା ଯହିଁ ବଢେଇ ରଥ ଗଢେ ତା ହାତେ

ଘନ ବନସ୍ତରୁ ଆସଇ କାଠ କେତେ ପ୍ରକାର 

ମହଜୁଦ ରହେ “ସେ” ରଥ ଖଳା ନାମ ତାହାର ।।


ପୁରସ୍ତମ କ୍ଷେତ୍ର ସେଠାରେ ବଡ ଦାଣ୍ଡେ ସେ ଖଳା

ସେ ପବିତ୍ର ସ୍ଥାନେ ପ୍ରସିଦ୍ଧ ଶିଳ୍ପୀ କରନ୍ତି ମେଳା

ସବୁ କାଠ କାଟିକୁଟିଣ ନନ୍ଦିଘୋଷ ଯେ ରଥ

ତାଳଧ୍ଵଜ ଦେବଦଳନ କରି ଦିଅନ୍ତି ସଜ ।।


ଯେଉଁ ଠାରେ ଏହି ବିଚିତ୍ର ରଥ ତିଆରି ହୁଏ

ରଥ ଖଳା ବୋଲି ତାହାକୁ କହିଥାନ୍ତି ସଭିଏଁ

ଶ୍ରୀଗୁଣ୍ଡିଚା ଦିନ ସେ ରଥେ ବିଜେ ତିନି ଠାକୁର

ମାଉସୀ ଘରକୁ ଯାଆନ୍ତି କରି ମହାଡମ୍ଵର ।।


ଜଗତ ଚାହିଁଛି ଦେଖିବ ତାର ପ୍ରାଣ ଦେବତା

ଦରଶନ କରି ହରିବ ଯେତେ ସଂସାର ବ୍ୟଥା ।।



Rate this content
Log in

Similar oriya poem from Fantasy