STORYMIRROR

Chinmaya Kumar Nayak

Romance

3  

Chinmaya Kumar Nayak

Romance

ତୁ ଅଳସ ସକାଳ ନିଦ

ତୁ ଅଳସ ସକାଳ ନିଦ

1 min
148


ଅସରନ୍ତି ମୋହଗ୍ରସ୍ତ ଆକଣ୍ଠ ନିଶାରେ

ଘାରିଛୁ ତୁ ମାନସିକ ଶାରୀରିକ ଓ ଆତ୍ମିକ ଅବୟବକୁ ମୋର

ରାତିର କୃଷ୍ଣ ପିଆଲା ଖାଲି ପଡ଼ିଛି

ସ୍ୱପ୍ନର ମଦିରା ସବୁ ମନଭରି ପିଇଗଲା ପରେ। 


ଜୀବନର ଆଖଡ଼ାଶାଳାରେ

ନିଜ ଅଭିମାନର କସରତ କରିକରି କ୍ଳାନ୍ତ ହେବା ପରେ

କାହିଁକି କେଜାଣି ତୋ ଆଲିଙ୍ଗନ ସମ୍ମୋହିତ କରେ

ସତେ କି ତୁ ମୋକ୍ଷର ଆଉ ଏକ ପ୍ରତିଶବ୍ଦଟିଏ। 


ତୋ ପାଣିଚୁଡ଼ିର ରୁଣୁଝୁଣୁ ଶବ୍ଦରେ

ନିଦ୍ରା ମୋର ଗାଢ଼ ହୁଏ ଯେବେ ଶୁଏ ହାତକୁ ତୋ ମୁଣ୍ଡ ତଳେ ରଖି

ତୁ ପାଲଟୁ ନିଦ୍ରାଦେବୀ ଅଶାନ୍ତ ଜଞ୍ଜାଳ ଯେବେ କବଳିତ କରେ

ରାତିକୁ ବିଶ୍ରାମ ଦେଉ ତୋ ହାତର ଯାଦୁ ପରଶରେ। 


ଶୁଭେନାହିଁ ଅଳସୁଆ ବୋଲି ରାବୁଥିବା

ଅନେକ କୁତ୍ସାଟତନା ତୋ ସାନ୍ନିଧ୍ୟକୁ ଟପି

ମୁଁ ଗ୍ରସିତ ଥାଏ ତୋ ଆଲୁଳାୟିତ କେଶର ବାସ୍ନାରେ

ସତେ କି ତୁ ମୋ ଜୀବନର ଶେଷ ବିଛଣାଟେ। 


ସାରା ଜୀବନର ଶାନ୍ତି ବହିଯାଏ ସତେ

ତୋ ଉଷ୍ମ ନିଶ୍ବାସର ବିଶ୍ବାସ ସାଥିରେ

ଶତ ନିନ୍ଦା ଅଣଦେଖା କରି ମୁଁ ମୁଗ୍ଧ ହୁଏ

ସକାଳର ଅଳସ ନିଦଟେ ପରି ତୋ କବରୀ ଫାଶରେ। 


ତୋ ଭିତରେ ଓ ମୃତ୍ୟୁ ଭିତରେ 

ମୁଁ କାହିଁ କିଛି ଫରକ ଦେଖେନା 

ମୃତବତ୍ ତୋ ଜଘନ କୋଳ କାବୁ କରେ ପ୍ରାଣଶକ୍ତି ମୋର

ତୁଟିଯାଏ ଯୋଗସୂତ୍ର ସେ କଳଙ୍କି ଆଲୁଅଠାରୁ

ଏ ସ୍ବର୍ଗୀୟ ଅନ୍ଧାର ପର୍ଯ୍ୟନ୍ତ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance