STORYMIRROR

Jharana Rout

Romance

3  

Jharana Rout

Romance

ତୁ ମୋ ଆଖିର ଆଇନା

ତୁ ମୋ ଆଖିର ଆଇନା

1 min
265


 ତୁ ମୋର ଦିନ ତୁ ମୋର ରାତି 

   ତୁ ମୋର ସ୍ଵପ୍ନ ତୁ ମୋର ସ୍ମୃତି 

ତତେ ନ ଦେଖିଲେ ମନ ବୁଝେ ନାଁହି 

   ତୁ ମୋର ସକାଳ ସୁନେଲୀ କିରଣ 

ତୋ ପାଁଇ ମୁଁ ରେ ମୋ ପାଁଇ ତୁ ରେ 

  ଏହି ଆମର ଜୀବନ ଡୋରି.।


ତୁ ମୋର ମନ ତୁ ହିଁ ଜୀବନ 

  ତୁ ଥିଲେ ମୋର ପାଶେ 

    ଆଉ କିଛି ଲୋଡ଼ା ନାଁହି 

ତୁ ମୋର ଜ୍ୟୋତ୍ସ୍ନା ଶୀତଲ କୁସୁମ 

  ତୁ ମୋ ଓଠର ଖୁସିର ଧାରା 

 ତୋ ବିନା ଆଉ କିଛି ମୁଁ ଚାହେଁନା

ଏ ମନ ଖୋଜେ ରେ ତୋରି ଠିକଣା.।


  ଏହି ଜୀବନେ ସବୁ ମୁଁ ପାଇଛି 

   ମୋ ହୃଦୟରେ ତତେ ମୁଁ ସାଇତି ରଖିଛି 

ଯେତେ ଦୁଃଖ ଆସୁ ଛାଡି ମୁଁ ପାରିବି ନାଁହି 

   ରଖିବି ତତେ ରେ ମୁଁ ସବୁଦିନେ ବାନ୍ଧି 

ତୁ ମୋ ବାଟର ଫୁଲ ଶ୍ରାବଣ ଧାରା 

ତୋ ବିନା ମୁଁ ଅଧୁରା ରେ ମୋ ବିନା ତୁ ବି ଅଧୁରା.।

   


       

            

               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance