କଳା ଜାଇ
କଳା ଜାଇ
ଗୋରୀ କରିଛି ଲୋ ମୋତେ ବାଇ
ତୋ ଓଠ ତଳର ସେ କଳା ଜାଇ
ଜହ୍ନ ପରି ମୁହଁ ତୋର ଦେଖି ଦେଲେ ଥରେ
ମନ ଅଗଣାରେ ମୋର ମଳୟ ଯେ ବହେ
ପ୍ରୀତି ରଙ୍ଗେ ଦିଏ ମୋତେ ରଙ୍ଗେଇ
ଗୋରୀ କରିଛି ଲୋ ମୋତେ ବାଇ ।
କୃଷ୍ଣା ଓଠ ତଳେ ଦେଖି କଳା ଜାଇ
ମହାବୀର କର୍ଣ୍ଣ ଦିନେ ହେଇଥିଲେ ବାଇ
ଅମ୍ବାଙ୍କ ଓଠ ତଳର ସେଇ କଳାଜାଇ
ଯାହା ପାଇଁ ଭୀଷ୍ମ ଥରେ ହେଇଥିଲେ ବାଇ
କଳା ଜାଇ ଭରି ଦିଏ ହୃଦୟେ ସ୍ପନ୍ଦନ
କେବେ ପୁଣି ବଢାଏ ସେ ଦେହ ର ଦହନ
ସ୍ବପ୍ନ ଦୁନିଆକୁ ନିଏ ସେ ବୁଲାଇ
ଗୋରୀ କରିଛି ଲୋ ମୋତେ ବାଇ ।
କଳା ଜାଇ ପାଇଁ କେହି ହୋଇପାରେ କବି
ତା'ପାଇଁ ସାତ ଆକାଶର ଛୁଇଁ ପାରେ ଭାବି
କଳା ଜାଇ ସୃଜି ପାରେ ମହା ଭାରତ
କେବେ ପୁଣି ଶୁଣାଏ ସେ ବିରହ ସଙ୍ଗୀତ
ଆଖି ଲୁହରେ ଦିଏ ସେ ଭସାଇ
ଗୋରୀ କରିଛି ଲୋ ମୋତେ ବାଇ ।