ନିସ୍ଵାର୍ଥ ପ୍ରେମ
ନିସ୍ଵାର୍ଥ ପ୍ରେମ
ଜୀବନ ପଥରେ ଅସହାୟ ହୋଇ
ଚାଲୁଥିଲି ଏକା ଏକା,
ସଂଜୀବନୀ ସିଞ୍ଚି ପ୍ରାଣ ସଞ୍ଚରିଲ
ଯେବେ ହେଲ ତୁମେ ଦେଖା |
ବନ୍ଧୁଟିଏ ହୋଇ ସୁଖ ଦୁଃଖ ବାଣ୍ଟି
ମନରେ ବାନ୍ଧିଲ ବସା,
ସୁଦୀର୍ଘ ପଥରେ ତୁମ ହାତଧରି
ଜିଇଁବାକୁ ହେଲା ଆଶା |
ପବିତ୍ର ବନ୍ଧନେ ବାନ୍ଧିଦେଲ ମୋତେ
ଜନ୍ମ ଜନ୍ମାନ୍ତର ପାଇଁ,
ସୁଖେ ଦୁଃଖେ ତୁମ ସଂଗେ ରହିଥିବି
ନିସ୍ଵାର୍ଥ ପ୍ରେମିକା ହୋଇ |
ଆମର ଏ ପ୍ରେମ ଅମରତ୍ୱ ଲଭୁ
ବିଶ୍ୱାସରେ ହୋଇ ବନ୍ଧା,
ମହକିତ ହେଉ ହୃଦୟ ଅଗଣା
ଯେସନେ ରଜନୀଗନ୍ଧା |
ତୁମସାଥେ ଏଇ ସମ୍ପର୍କ ମୋହର
ଜନ୍ମ ଜନ୍ମାନ୍ତର ଥାଉ,
ସବୁଜନ୍ମେ ସାଥି ତୁମ ସ୍ନେହ ପ୍ରୀତି
ମୋତେହିଁ ପ୍ରାପତ ହେଉ |

