Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gopinath Jena

Romance

3  

Gopinath Jena

Romance

ଆଖିରେ ଗୋରୀ ତୋର କଳା କଜ୍ଜ୍ବଳ

ଆଖିରେ ଗୋରୀ ତୋର କଳା କଜ୍ଜ୍ବଳ

1 min
165


ଆଖିରେ ଗୋରୀ ତୋର କଳା କଜ୍ଜ୍ବଳ

ସତେ କି ନୀଳାକାଶେ କଳା ବାଦଲ 

ତୋ କଇଁଫୁଲିଆ ମୁହଁକୁ ଗୋରୀ

ନୀଳ ଆଖି ଢଳ ଢଳ

ହସି ଦେଲେ ତୁ ବିଜୁଳି ମାରେ

କଥା ତୋର ଚଞ୍ଚଳ।


ଚମ୍ପା ଗୋରୀ ମନ ତୋର ମୁଦା ଲଫାପା

ମୋ ପ୍ରେମର ଭାଷା ତହିଁ ହୋଇଛି ଛପା 

ଯଉବନ ଢେ଼ଉ ଭାଙ୍ଗେ ଅଙ୍ଗେ ତୋର ଏମିତି

ପାହାଡ଼ ରେ ମଥା ପିଟେ ଭସା ମେଘ ଯେମିତି 

ଅଳସ ଭାଙ୍ଗିଲେ ତୁ ଲୋ

ସାତ ରଙ୍ଗେ ମନ ମୋର

ରଙ୍ଗିଯାଏ ପରା ସଅଳ ।


ଚାହାଣି ଟା ଗୋରୀ ତୋର ତେଲେଙ୍ଗା କତୁରୀ

ହାଣି ଦେଇ ହୃଦୟକୁ କରିଛୁ ଲୋ ଚୋରି 

ସାବନା ସାବନା ରଙ୍ଗ ଭାରି ଚୁଲୁବୁଲି 

ଅଡ଼ୁଆ ସୂତାର ଖିଅ ବୟସ ନହୁଲି

ନାଲି ନାଲି ଓଠ ତୋର

ଓଠ ତଳେ ଛୋଟ ତିଳ 

କରିଦିଏ ମୋତେ ପାଗଳ ।


Rate this content
Log in

Similar oriya poem from Romance