Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ଜୀବନ ସରଣୀ

ଜୀବନ ସରଣୀ

1 min
250



ନିଦାଘରେ ତୁମେ କୃଷ୍ଣଚୂଡା ନାଲି

ଚଇତର ଚଇତାଳି

ନୀଳ ସାଗରର ମୃଦୁ ମନ୍ଦ ବାଆ

ଫଗୁଣର ରଙ୍ଗ ହୋଲି I


ତୁମେ ତ ଉଛୁଳା ବେଗମତୀ ନଈ

ମୁଁ ଏକ ଶୁଖିଲା ଘାଟ

ତୁମେ ବସନ୍ତର ବାସନ୍ତୀ ପସରା

ମୁଁ ଅରମା ଚଲାବାଟ I


ଆଶାର ଆଲୋକେ ଚାଲିବାର ବାଟ

ଆଲୋକିତ କର ବୋଲି

ତୁମ ଭରସାରେ ଏତେ ଦୂରବାଟ

ଜୀବନେ ଆସିଛି ଚାଲି I


ଦୁଇଦିନର ଏ ଜୀବନର ରାସ୍ତା

ସରିଯିବ ଦିନେ ସଖୀ

ଶେଷ ଲକ୍ଷସ୍ଥଳ ସରଗ ଦୁଆର

ରହିଥିବ ହୋଇ ସାକ୍ଷୀ I

     


Rate this content
Log in

Similar oriya poem from Romance