STORYMIRROR

GAGAN KUMAR DASH

Romance

3  

GAGAN KUMAR DASH

Romance

ତୁମେ ମୋର ଆଉ ମୁଁ ହିଁ ତୁମର

ତୁମେ ମୋର ଆଉ ମୁଁ ହିଁ ତୁମର

1 min
245


ତୁମେ ଯେତେବେଳେ ଗୀତ ଗାଅ

ଖୁବ୍ ମଜା ଲାଗେ ମତେ

ଅନୁଭବ କରେ ମୁଁ

ସତେ କି ଲୁଚିଛି ମୁହିଁ

ତୁମ ପଣତ କାନିରେ

ଭିଡି ଧରି ଶୁଆଉଛ

ତୁମର ସେ କୋମଳ କୋଳରେ ।


ତୁମ ସଜ ଫୁଟା

ଦେହକୁ ଛୁଇଁଲେ

ମତେ ଲାଗେ ଗୋଲାପ ପାଖୁଡା

ଆଉ

ଭୁରୁ ଭୁରୁ ବାସ୍ନା ଭାସିଆସେ

ରାତ୍ରୀର ରଜନୀଗନ୍ଧା ରୁ

ତୁମେ ଆଉ ମୁଁ ଶୋଇ ଯାଇଛେ

ଗୋଲାପ ଶେଜରେ ।


ଉଜାଣୀ ଯମୁନା ର

ରାଧା ପରି ଆସ ତୁମେ

କଦମ୍ବ କାନନେ

ମୋର ହୃଦୟର 

ବଂଶୀ ସ୍ବନ ଶୁଣି

ଯେମିତି ସତେକି

ପାଗଳି ପ୍ରେମିକା 

ତେଣୁ ମୋ ମନର 

ଛୋଟିଆ କୁଡ଼ିଆରେ

ଶୀତୁଆ ବରଫ ଜମାଟ ବାନ୍ଧେ

ପ୍ରଚଣ୍ଡ ଗ୍ରୀଷ୍ମରେ ମତେ ଲାଗେ

ମୁଁ ତରଳି ଯାଇଛି

ତୁମରି ଭିତରେ ।


ତୁମ ଭୁଲତାର କଳା ଦାଗ 

ପୂର୍ଣ୍ଣିମାର ଜହ୍ନ ଭଲି

ତୁମ ଲାଲ ଟିକିଲି ଟି 

ଭ୍ରମ ସୃଷ୍ଟି କରେ

ମନ ମୋର କୃଷ୍ଣ ବେଶ ଧରେ

ଆଉ ତୁମେ ଅଳି କର

ମୋହନ ବଂଶୀ ପାଇଁ

ଓଠ ଫାଙ୍କେ

ମିଞ୍ଜି ମିଞ୍ଜି ତାର ଭଲି ହସି ହସି

ମତେ ଲାଗେ ମୁଁ ଚୁମି ଯାଉଅଛି

ଶରୀର ତୁମର ।


ତୁମ ପାଦର ରୁମଝୁମ 

ପାଉଁଜୀର ଶଦ୍ଦ

ମତେ ଲାଗେ 

ମୋ ହୃଦୟ ସ୍ପନ୍ଦନ

ସହସ୍ର ଉତ୍ତେଜନା ଶରୀରରେ

ପ୍ରାଣରେ ଅପୂର୍ବ ଝଙ୍କାର

ମତେ ଯେମିତି ଲାଗେ

ତୁମେ ମୋର ଆଉ ମୁଁ ହିଁ ତୁମର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance