ଜୀବନ ଯାତ୍ରୀ
ଜୀବନ ଯାତ୍ରୀ
ବସନ୍ତ ଆସିଲେ ମଳୟ ବୋହିଲେ
ରଙ୍ଗ ଲାଗିଯାଏ ମନେ
କଦମ୍ବ ମୂଳରେ ବଇଁଶୀ ଶୁଭଇ
କୋଇଲି ଡାକଇ ବନେ I
କଳ୍ପନାରେ ମୁଁ ଯେ କଳ୍ପଲୋକ ଗଢେ
ତୁମପାଇଁ ପ୍ରିୟ ସଖୀ
ସଞ୍ଜ ନଇଁଗଲେ ଅନ୍ଧାର ଆଗରୁ
ନୀଡେ ଫେରିଯାଏ ପକ୍ଷୀ I
ଜୀବନ ନଉକା ଆଗେ ଆଗେ ଚାଲେ
ସାତରଙ୍ଗ ଆଖିତଳେ
ବେସୁରା ସଙ୍ଗୀତ କଣ୍ଠୁ ଝରୁଥାଏ
ମନ ବୁଡେ ପ୍ରୀତିଜଳେ I
ଏମିତି ଏମିତି ଦୃଶ୍ୟ ବଦଳଇ
ସଞ୍ଜ ଯାଇ ହୁଏ ରାତି
ବାଟ ଚାଲୁଥାଏ ବାଟୋଇ ବାପୁଡା
ବୋଝ ବୋହୁଥାଏ ଛାତି I