Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

CHINMAYEE PRADHAN

Abstract Romance Classics

3  

CHINMAYEE PRADHAN

Abstract Romance Classics

ଆଜି ବି ମୁଁ ଭଲପାଏ

ଆଜି ବି ମୁଁ ଭଲପାଏ

1 min
138



ଭଲ ମୁଁ ପାଉଛି ଭଲ ପାଉଥିବି

  ପିଣ୍ଡେ ଥିବା ଯାଏଁ ପ୍ରାଣ,

ଭୁଲି ମୁଁ ପାରୁନି ଭୁଲି ପାରିବିନି

  କହୁଛି ପକେଇ ରାଣ।


କେବେହେଲା ପ୍ରେମ କେମିତି ହେଲା ସେ

   ପାରିଲିନି ମୁହିଁ ଜାଣି,

କାହିଁଗଲା ମନ ଚୋରି ହୋଇ ମୋର

   କାହିଁ ତାକୁ ନେଲୁ ଟାଣି।


ପ୍ରେମ ବାଟେ ଥରେ ପାଦ ଖସିଗଲେ

   ପଛକୁ ହୁଏନା ଫେରି,

ପ୍ରେମ ଏମିତିକା ଖସଡ଼ା ପଥଟେ

   ଖସିଲେ ହୁଏନା ଧରି।


 ମିଠା ଲାଗିଥିଲା ତୋର ସେ ଚାହାଣୀ

   ମନ ନେଇଥିଲା କିଣି,

ସେ ମିଠା ଭିତରେ ରହିଥିଲା ବିଷ

   ପାରିଲିନି କାହିଁ ଜାଣି।


ନିଆଁକୁ ଦେଖିଲେ ପତଙ୍ଗ ଯେସନେ

   ଯାଇଥାଏ ଟାଣି ହେଇ,

ତୋ ରୂପ ନିଆଁରେ ଝାସଦେଲି ମୁଁ ଲୋ

   ଜାଳିଦେଲୁ ମତେ ତୁହି।


ନିରୀହ ସରଳ ମନ ନେଇ ମୋର

  ଖେଳିଲୁ ଖେଳ ତୁ କେତେ,

ଭରିଗଲା ମନ ସରିଗଲା ଖେଳ

   କରିଲୁ ଏକା ତୁ ମତେ।


ବିଶ୍ବାସଘାତକ ଜାଣିଛି ଲୋ ତୁହି

   ବିଶ୍ଵାସ ତ ତତେ ନାହିଁ,

ତଥାପି ଆଶା ମୋ ମରୁନି ମନରୁ

   ରହିଛି ତତେ ମୁଁ ଚାହିଁ।


ପ୍ରେମସିନା ଅଟେ ଛଳନା ତୋ ପାଇଁ

   ମୋ ପାଇଁ ଶାଶ୍ଵତ ସିଏ, 

କାଲି ପାଉଥିଲି ଭଲ ମୁଁ ତତେ ଲୋ

   ଆଜି ବି ମୁଁ ଭଲପାଏ।


 


Rate this content
Log in

Similar oriya poem from Abstract