STORYMIRROR

BISWESWAR MAJHI

Abstract

3  

BISWESWAR MAJHI

Abstract

ଜିଲ୍ଲା ପରିକ୍ରମା: ଗଞ୍ଜାମ

ଜିଲ୍ଲା ପରିକ୍ରମା: ଗଞ୍ଜାମ

2 mins
267


ଉପକୂଳବର୍ତ୍ତୀ ଜିଲ୍ଲାରେ ସରସ ଆନ୍ଧ୍ର ପ୍ରଦେଶ ସୀମାନ୍ତ

ଖୋର୍ଦ୍ଧା ଗଜପତି କନ୍ଧମାଳ ସୀମା ଗଞ୍ଜାମ ଦିଶା ଉନ୍ନତ।

ରେଶମୀ ସହର ନାମ ବ୍ରହ୍ମପୁର ବମୁକାଇ ଗ୍ରାମ ପାଟ

ସ୍ଥାନାନ୍ତର ହେଲା ସୋନପୁର ଜିଲ୍ଲା ଜିଆଇ ଟ୍ୟାଗର ଥାଟ। 


ବଙ୍ଗୋପସାଗରୁ ଲୁଣମରା ପୁଣି ସାମୁଦ୍ରିକ ମାଛ ଧରା

ଚାଷ ବଣିଜାଦି ପ୍ରମୁଖ ଜୀବିକା ଗଞ୍ଜାମ କର୍ମ ମୁଖରା।

ଗୋପାଳପୁର ବନ୍ଦର ଗଞ୍ଜାମର ଗର୍ବ ଗଉରବ ବାହ

କିଆ କେତକୀ ବେପାର ଯୋଗୁଁ ଟାଟା ଇସ୍ପାତରେ ଅନାଗ୍ରହ।୨

 

ଛତ୍ରପୁର ବ୍ରହ୍ମପୁର ଭଞ୍ଜନଗର ତିନିଟି ଉପଖଣ୍ଡ

ଛତ୍ରପୁରରେ ସଦର ମହକୁମା ଗଞ୍ଜାମ ଶାସନ ଦଣ୍ଡ।

ଚିଲିକା ନିକଟ ନାରାୟଣୀ ପୀଠ ମାଆ ବୁଢୀ ଠାକୁରାଣୀ

ତାରାତାରିଣି ମା ଭୈରବୀ ଅଛନ୍ତି ଗଞ୍ଜାମ ମଙ୍ଗଳକାରିଣୀ।୩


ଖଲ୍ଲିକୋଟ ବ୍ଲକ ଦାନପୁର ଗ୍ରାମ କୃଷ୍ଣଗିରି ପାଦଦେଶେ

ବାବା ଝାଡେଶ୍ୱର ତ୍ରିଧାରା ନିର୍ଝର ଗଙ୍ଗାଦେବୀ ପଦେ ମିଶେ।

ରାମ ବନବାସ କାଳୁ ରାମଚଣ୍ଡୀ ସାବିତ୍ରୀ ଗଙ୍ଗା ଗଣେଶ

ପଞ୍ଚ ମହାଦେବ ପଞ୍ଚ ନାରାୟଣ ଦ୍ୱାଦଶ ଶତାବ୍ଦୀ ଈଶ।୪


ନୈସର୍ଗିକ ଶୋଭା ଗଞ୍ଜାମ ଜିଲ୍ଲାର ପଥେ ମୟୁର ବିଚରେ 

ସାଗର ସୈକତ ବନ୍ଧୁର ପର୍ବତ କୃଷି ସବୁଜିମା ଭରେ।

ପିତ୍ତଳ ମାଛର ପୃଥିବୀ ପ୍ରସିଦ୍ଧ ବେଲଗୁଣ୍ଠା କାରିଗର

ଗୋଳାବନ୍ଧ ସେନା ଛାଉଣୀ ନୌବହର ଶିକ୍ଷା ବରକୁଳର।୫


ଭଞ୍ଜ ଭୂମିକୁ ମୁଁ କରୁଛି ପ୍ରଣାମ ସାହିତ୍ୟର ବତୀଘର

କବି ସମରାଟ କବିସୂର୍ଯ୍ଯ କବି ଯଦୁମଣି ଗଞ୍ଜାମର।

'ଉପମା ଭଞ୍ଜ ବୀରସ୍ୟ ତସ୍ୟୈବ ଚାର୍ଥ ଗୌରବମ୍'ର ବାନା

ବିଲେ ବୋଲେ ଚଷା ଅନ୍ତପୁରେ ଯୋଷା ନୃତ୍ୟରଙ୍ଗେ ବାରାଙ୍ଗନା।୬


ଜନେ ହସିବେ ଜଗତେ କେବଳ କାଳସର୍ପ ଜଣାଣ ଗୀତି

କୋଟିବ୍ରହ୍ମାଣ୍ଡ ସୁନ୍ଦରୀ ବୈଦେହୀଶ ବିଳାସ ଲାବଣ୍ୟବତୀ।

ଅବନା ରସ ତରଙ୍ଗ କାବ୍ୟରେ ବନାନ ନାହିଁ ଗୋଟିଏ

ପ୍ରେମ ସୁଧାନିଧି କଳା କଉତୁକ ଶବ୍ଦର ଖେଳ କୋଟିଏ।୭


ଓଡିଶା ମାନଚିତ୍ରରେ ବଡନଦୀ ଋଷିକୁଲ୍ଯା କଳକଳ

ବାହୁଡା ନିର୍ମଳିଝର ଆଦି ନଦୀ ଘେନି ତାଙ୍କ ଜଳଧାର।

ପାକିଡି ଚନ୍ଦନି ଖୁଣ୍ଟେଶ୍ୱରୀ ପୁଣି ତାରା ତାରିଣି ପର୍ବତ

ପୌରାଣିକ ଐତିହାସିକ ମହେନ୍ଦ୍ର ପାରୁଶେ ଯା ବିରାଜିତ।୮

 

ଦାସକାଠିଆ ଭରତଲୀଳା ପୁଣି ଗୋଟିପୁଅ ଦଣ୍ଡନୃତ୍ଯ

ଚଢେୟା ନାଚ ବାଘନାଚ ରଣପା ଗଞ୍ଜାମର ଲୋକନୃତ୍ଯ।

ବରାହଗିରି ଭେଙ୍କଟଗିରି ରାଷ୍ଟ୍ରପତି ତହିଁ ଜନମିଲେ

ପି ଭି ନରସିଂହ ରାଓ ଗଞ୍ଜାମରେ ନିର୍ବାଚନ ଜିତିଥିଲେ।୯

 

ସ୍ୱାଧୀନତା ସେନାନୀ ଚକରା ବିଷୋୟୀ ମୁଖ୍ୟମନ୍ତ୍ରୀ ଚାରିଜଣ

ବିଶ୍ୱନାଥ ଦାସ ବିନାୟକ ଆଚାର୍ଯ୍ୟ ବିଜୁ ନବୀନ ପ୍ରମାଣ।

କଳିଙ୍ଗର ଷଣ୍ଢ ବିଜୁ ବୀର ଆମ ଆସିକା ଠାରେ ଜନମ

କନ୍ୟା ସାହିତ୍ୟିକା ଗୀତା ମେହେଟ୍ଟା ସୁପୁତ୍ର ନବୀନ ପ୍ରେମ।୧୦


ସୌନ୍ଦର୍ଯ୍ୟର ରାଣୀ ନୀଳାମ୍ବୁ ଚିଲିକା କେଶପୁର ରମ୍ଭା ହୁମା

ସାଗର ସଙ୍ଗମ ଚିଲିକା ବିଳାସ ଚାରୁ ଚିତ୍ରପଟ ସୀମା।

ସମ୍ରାଟ ଅଶୋକ କଳିଙ୍ଗ ବିଜୟ ଅନନ୍ୟ ତାଙ୍କର ସ୍ମୃତି

ଜଉଗଡ ଠାରେ ଲିପିବଦ୍ଧ କଲେ ଗଞ୍ଜାମ ବହିଛି କୀର୍ତ୍ତି ।୧୧

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract