Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debaki Behera

Abstract

3  

Debaki Behera

Abstract

ଏଇ ଆମ ଦେଶରେ

ଏଇ ଆମ ଦେଶରେ

2 mins
208



ଘରେ ଘରେ ହିଂସା ନିଆଁ

ଉଠେ କାହିଁ ଧୂଆଁ ରେ

ଏଇ ଆମ ଦେଶରେ ।

ଅହିଂସା ର ପ୍ରଶ୍ନ ନାହିଁ

ସେବା ଦେଖାଣିଆରେ

ଏଇ ଆମ ଦେଶରେ ।

ଝିଅ ନାହିଁ ସୁରକ୍ଷିତ

ହୁଏ ନିର୍ଯାତିତା ରେ

ଏଇ ଆମ ଦେଶରେ ।

ରାଜିନୀତି ଚାଲେ ଏଠି

ଗରିବଙ୍କ ଟଙ୍କାରେ

ଏଇ ଆମ ଦେଶରେ ।

ତେଲିଆ ମୁଣ୍ଡରେ ତେଲ

ନେତା ଏଠି ରାଜା ରେ

ଏଇ ଆମ ଦେଶରେ ।

ଦିନ ମଜୁରିଆ ପାଇଁ

ସବୁ କଟକଣା ରେ

ଏଇ ଆମ ଦେଶରେ ।

ମଦୁଆ ହୋଇଛି ରାଷ୍ଟ୍ର

ଶୁଳ୍କ ଖାଇ ଖାଇ ରେ

ଏଇ ଆମ ଦେଶରେ ।

ହତ୍ୟା ହୁଏ ରାଜରାସ୍ତେ

ଦିନ ଦୁଇପହରେ

ଏଇ ଆମ ଦେଶରେ ।

ଦୋଷୀ ଖସି ଯାଏଁ ଏଠି

ନ୍ୟାୟ ନାହିଁ ଏଠିରେ

ଏଇ ଆମ ଦେଶରେ ।

ବଲାତ୍କାରୀ ନିଶ ମୋଡି

ଚାଲେ ବାଟ ଘାଟରେ

ଏଇ ଆମ ଦେଶରେ ।

ଫାଶୀ ପାଇଁ ଯୁଗ ଲାଗେ

ଦୋଷୀ ଆଖି ମାରେ ରେ

ଏଇ ଆମ ଦେଶରେ ।

ପ୍ରଶାସନ ଅନ୍ଧ ଏଠି

ଚୋର ସବୁ ମନ୍ତ୍ରୀ ରେ

ଏଇ ଆମ ଦେଶରେ ।

ପଢନ୍ତୁ ଝିଅ,ବଢନ୍ତୁ ଝିଅ

ନାରା ଶୁଭେ ଜୋର ରେ

ଏଇ ଆମ ଦେଶରେ ।

ମୋଦୀ ବାବୁ କାଲା ଏଠି

କିଛି ଶୁଭେ ନାହିଁ ରେ

ଏଇ ଆମ ଦେଶରେ ।

ବିଦେଶ ରେ ବଡ କଥା

ଭାଷଣ ର ଢେର ରେ

ଏଇ ଆମ ଦେଶରେ ।

ଭାରତ କୁ ନୂଆ କରି

ଗଢିବେ ଏ ମନ୍ତ୍ରୀ ରେ

ଏଇ ଆମ ଦେଶରେ ।

ନିଜ ଘର ସମ୍ପତି କୁ

ଯାଇ ବିକ ବାହାରେ

ବାଃ ବାଃ ନୀତିରେ

ଏଇ ଆମ ଦେଶରେ ।

ସ୍ୱାଧୀନ ସ୍ୱାଧୀନ ବୋଲି

କରୁ ରଣ ହୁଙ୍କାରେ

ଏଇ ଆମ ଦେଶରେ ।

ଘର କଥା ଆଗ ବୁଝ

ବିଦେଶ କଥା ପଛରେ

ଅନୁରୋଧ ଏହିରେ ।


Rate this content
Log in

Similar oriya poem from Abstract