STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Abstract Inspirational

3  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Abstract Inspirational

ଜାତି, ଧର୍ମ ଓ ହିଂସା

ଜାତି, ଧର୍ମ ଓ ହିଂସା

2 mins
192


କୋରନାର ଜନ୍ମ ପ୍ରକୃତି କୋଳରେ

   'କରନା' ଶିକ୍ଷକ ରୂପେ ।

 ମାନବ ଜାତିକୁ ସତର୍କ କରାଇ

  ପ୍ରଶିକ୍ଷଣ ଦିଏ ବିଶ୍ୱେ ।୧।


କୋରନା ବଖାଣେ ସୃଷ୍ଟି ଇତିହାସ

   ମାନବ ଜାତି କାହାଣୀ ।

ବୁଦ୍ଧି ଓ ବିବେକ ବାକ୍ ଶକ୍ତି ପାଇଁ

  ଶ୍ରେଷ୍ଠ ସେ ନିଷ୍ଠୁର ପ୍ରାଣୀ ।୨।


ନିଜ ବଂଶଧର ଅତୀତକୁ ଭୁଲି 

   ପ୍ରଭୁତ୍ୱ ଜାହିରୀ ତା'ର ।

ପ୍ରକୃତି ନିୟମ ଉଲଂଘନ ଯୋଗେ

   ପରିବେଶ ନାରଖାର ।୩।


ସୃଷ୍ଟି ଆରମ୍ଭରେ ଆଦିମ କାଳରେ

   ଜୀବଜନ୍ତୁ ସଙ୍ଗେ ବାସ ।

ବଣ ଜଙ୍ଗଲରେ ମୁକ୍ତ ନଭ ତଳେ 

  ଖାଉଥିଲା ଫଳ ମାଂସ ।୪।


ପ୍ରସ୍ତର ଯୁଗରୁ ଅଦ୍ୟାବଧି ସେହି

   ବିକାଶ ଗାଡିରେ ଗଡି ।

ଜ୍ଞାନ ଉପଯୋଗ ବିଜ୍ଞାନ ଉଦ୍ଭବ

  ଚଢ଼ିଲା ସଭ୍ୟତା ସିଡ଼ି ।୫।


ପ୍ରସ୍ତରରୁ ଲହୌ ସ୍ୱର୍ଣ୍ଣ ଯୁଗ ଅନ୍ତେ

   ବିଜ୍ଞାନ ଯୁଗରେ ପୁଣି ।

ନିଜ ଅତୀତକୁ ପାଶୋରି ଦେଇଛି

  ବିଜ୍ଞାନ ବଳରେ ଜ୍ଞାନୀ ।୬।


ନିଜ ଜାତି ନିଜେ ଭାଗ ଭାଗ କରି 

   କଲା ଜାତି ଧର୍ମ ଗୋଷ୍ଠୀ ।

ଜାତି ଧର୍ମ ନାମେ ହିଂସା ଆତଙ୍କରେ

    ବଦଳିଗଲା ତା ଦୃଷ୍ଟି ।୭।


କ୍ଷମତା ଆଳରେ ଧରଣୀ ପୃଷ୍ଠରେ

   ଚଳାଇ ଆତଙ୍କ ରାଜ ।

ପଶୁପକ୍ଷୀ ସଙ୍ଗେ ମାନବର ହତ୍ୟା

  ବିଳାସ ବ୍ୟାସନ ଭୋଗ ।୮।


ପ୍ରକୃତି ଉପରେ ଅତ୍ୟାଚାର ତାର

  ପରିବେଶ କରି ଧ୍ୱଂସ ।

ଜୀବଜଗତକୁ କ୍ରୀଡ଼ନକ ଭାବି

  ନର ଖାଏ ପର ମାଂସ ।୯।


 ବିଜ୍ଞାନକୁ କରି ଅପବ୍ୟବହାର

   ଜାତି ଧର୍ମେ ରାଜନୀତି ।

ହିଂସା ଇର୍ଷା ଦ୍ୱେଷ ଅହଙ୍କାରେ ବଶ

   ଦେଖାଇ ନିଜର ଶକ୍ତି ।।


ଜାତି ଧର୍ମ ନାମେ ଭିନ୍ନ ଶ୍ରେଣୀଭୁକ୍ତ

   ହୀନ ଅସ୍ପୃଶ୍ୟତା ଭାବ ।

ଆତଙ୍କବାଦକୁ ପ୍ରୋତ୍ସାହିତ କରେ

  ପରଶ୍ରୀ କାତର କ୍ଷୋବ ।୧୦।


ବଞ୍ଚିବା ଆଧାର ଖାଦ୍ୟ ପରିଧାନ

    ବାସଗୃହ ନିଜ କର୍ମ ।

ଅତ୍ୟନ୍ତ ଜରୁରୀ କାର୍ଯ୍ୟ ପରିତେଜି

   ଯୁଯୁତ୍ସାରେ ରହି ମଗ୍ନ ।୧୧।


ଜଳ ସ୍ଥଳ ବାୟୁ ପ୍ରଦୂଷଣ ମାତ୍ରା

   ଦ୍ରୁତ ବେଗେ କରି ବୃଦ୍ଧି ।

ବଡିମା ଦେଖାନ୍ତି ଶକ୍ତିଶାଳୀ ଆମେ

   ବିଚକ୍ଷଣ ଆମ ବୁଦ୍ଧି ।୧୨।


ପ୍ରକୃତି କୋଳରେ ଜନମିଲେ ସର୍ବେ

    ପରିବେଶ ଆମ ଘର ।

ଶ୍ରେଷ୍ଠ ପ୍ରାଣୀ ହୋଇ ବିବେକ ବି ଥାଇ

   କାହିଁ ଏତେ ଅତ୍ୟାଚାର ।୧୩।


ବିଶ୍ୱ ବ୍ରହ୍ମାଣ୍ଡରେ ସ୍ରଷ୍ଟାର ସୃଷ୍ଟିରେ

    ବଞ୍ଚିବାର ଅଧିକାର ।

କ୍ଷୁର୍ଣ୍ଣ କରିବାର କ୍ଷମତା କେବଳ

   ଅଛି ସୃଷ୍ଟି କାର୍ତ୍ତାଙ୍କର ।୧୪।


ସର୍ବଗ୍ରାସୀ ହୋଇ କାୟା ବିସ୍ତାରିଲ 

   ଜନନୀକୁ ଦେଲ କଷ୍ଟ ।

ପ୍ରକୃତିର କ୍ରୋଧ ଜାତ କଲା ମୋତେ

   ନାଶ କରିବାକୁ ଦୁଷ୍ଟ ।୧୫।


ଦୁରାଚାରୀ ହତେ ପାପ ଅନ୍ତ କରି

    ଯିବି ମୁହିଁ ଅପସରି ।

ସୁଧୁରିଲେ ତୁମେ ଖୁସିରେ ବଂଚିବା

  ଆସିବିନି କେବେ ଫେରି ।୧୬।


ଅପକାର ମୋର ମାନବଙ୍କୁ ଦଣ୍ଡ 

  ଉପକାର କେତେ ବେଶି

ବିବେକ ବଳରେ ବିଶ୍ଳେଷଣ କର

  ପରିବେଶ ଅଙ୍କ କଷି ।୧୭।


ନାମ ମୋର ଏକ ରୂପରେ ଅନେକ

    ସହଜେ ମରିବି ନାହିଁ ।

ପ୍ରକୃତି ସହିତ ମିତ୍ରତା କରିଲେ

   କାହିଁକି ରହିବି ମୁହିଁ ??୧୮


ଛାଡ଼ ଯୁଦ୍ଧ ଅସ୍ତ୍ର ହିଂସା ଇର୍ଷା ଦ୍ୱେଷ

   ପ୍ରକୃତି ହୋଇବ ଶାନ୍ତ ।

ସୁସ୍ଥ ପରିବେଶ ପାଇବା ସମସ୍ତେ

  ହେବାନାହିଁ ହନ୍ତସନ୍ତ ।୧୯।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract