Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debaki Behera

Abstract Inspirational

4.3  

Debaki Behera

Abstract Inspirational

ଏସିଡଆଟାକ୍

ଏସିଡଆଟାକ୍

2 mins
249



ତାର ପ୍ରେମ ମୋର ପାଇଁ କାଳ ଆସି ହେଲା

କି ପ୍ରେମ ସେ ମନେ ମନେ ମୋତେ କରୁଥିଲା l

ପ୍ରେମ ଦିଏ ଜୀବନ ଯେ ଶୁଣିଥିଲି ମୁହିଁ

ହେଲେ ତାର ପ୍ରେମ ନେଲା ଜୀବନ ଛଡାଇ l

ମୋ ଚେହେରା ଦେଖି ସିଏ ପାଇଥିଲା ଭଲ

ସେଥିପାଇଁ ଜାଳିଦେଲା ମୋର ମୁହଁ ଓ ଗାଲ l

ଏସିଡ ଫିଙ୍ଗିଲା ସିଏ ମୋ ଚେହେରା ପରେ

ଏଇ କଣ ପ୍ରେମ କିଏ ବୁଝାଇବ ମୋରେ l

ପ୍ରତ୍ୟାଖ୍ୟାନ କଲି ବୋଲି ତାହାରି ପ୍ରେମକୁ

ଏସିଡ ଫିଙ୍ଗି ନଷ୍ଟ କଲା ମୋହରି ମୁହଁକୁ l

କେତେ ରାତିଦିନ କେତେ ସଞ୍ଜ ଯେ ସକାଳ

ବହୁତ ଯନ୍ତ୍ରଣା ସହି ହେଲି ମୁଁ ବିକଳ l

ଅନେକ ଜ୍ୱାଳା କୁ ମୁହିଁ ସହି ସହି ରହି

ନିଜ ଗୋଡ଼େ ଛିଡା ହେବି ପଣ କଲି ଏହି l

ରାଗ କରୁନାହିଁ ଏବେ ତାହାର ଉପରେ

ଧନ୍ୟବାଦ ଦେଉଅଛି ଅନ୍ତର ମଧ୍ୟରେ l

ଭାବିଥିଲା ଭାଙ୍ଗିଦେବ ମୋର ସ୍ବପ୍ନ ସବୁ

କିନ୍ତୁ ନୂଆ ଜୀବନ ଟେ ପାଇଗଲି ବାବୁ l

ଲକ୍ଷ୍ୟ ମୋର ମଜବୁତ ଗଲି ନାହିଁ ହାରି

ଲୁଚେଇନି ମୁହଁ ଦେଲି ଓଢଣୀ ଉତାରି l

ନିଜ ପରିଚୟ ମୁହିଁ ଖୋଜି ପାଇଗଲି

ମୋର ଆତ୍ମା ସୁନ୍ଦରତା ତେବେ ମୁଁ ଦେଖିଲି l

ଚେହେରା କେବେ ନା କେବେ ନିଶ୍ଚେ ଝାଉଁଳିବ

ଅନ୍ତର ଆତ୍ମା ସୌନ୍ଦର୍ଯ୍ୟ ସେହିପରି ଥିବ l

କାପୁରୁଷ ସିଏ ଥିଲା ପୌରୁଷ ତା ହୀନ

ଭୀରୁ ଥିଲା ନପାରିଲା ହୋଇ ମୋ ସମାନ l

ଉଦୀୟମାନ ମୋହର ଆକାଂକ୍ଷା କୁ ଦେଖି

ଭୀରୁ ପଣେ ସେହି ପୁଣି ଚୋରାଇଲେ ଆଖି l

ଉଡାଣ ଭରିଲି ମୁହିଁ ଦିବ୍ୟ ଗଗନରେ

ଫେରି ଚାହିଁଲିନି କେବେ ତଳକୁ ମୁହିଁ ରେ l

ବିଶ୍ୱାସ ମୋ ଦୃଢ଼ ସିଏ ପାରିଲାନି ଭାଙ୍ଗି

ଏହି ଚେହେରା ମୋ ଦେଲା ଜୀବନକୁ ରଙ୍ଗି l

ଲୁଚିନାହିଁ ଘର କଣେ ଦେଖୁ ସେହି ଆଜି

ଦୁନିଆରେ ପରିଚିତ ମିଶାଲ ମୁଁ ସାଜି l

ଲୁଚି ଅଛୁ ତୁହି ଆଜି କୋଣେ ମୁହଁ ଜାକି

କେବେ ଆଉ ପାରିବୁନି ତୁହି ମୁହଁ ଟେକି l

ପ୍ରେମରେ ପାଇବା ନୁହଁ ଦେବାରେ ଆନନ୍ଦ

ମନ ରଖ ସ୍ୱଚ୍ଛ ତୁହି ନ ରଖ ତୁ ଛନ୍ଦ l

ଏସିଡ ଅଟଇ ସିନା ଜ୍ୱଳନ୍ତ ଅଙ୍ଗାର

ଜାଳି ସିନା ପାରେ ସିଏ ଶରୀର କାହାର l

କେବେ ପାରିବନି ସିଏ ଜଳାଇ ସ୍ବପ୍ନ କୁ

ଏହି କଥା ହେଜ ରଖ ଭୀରୁ ତୁ ମନକୁ l


Never lose hope.The man who attacked you will cover his face, you won't.

Heartly salute to all acid attack survivors.



Rate this content
Log in

Similar oriya poem from Abstract