ଶେଷ ସ୍ପର୍ଶ
ଶେଷ ସ୍ପର୍ଶ
ଗ୍ରୀଷ୍ମରେ ଜଳୁଛି ବର୍ଷାରେ ଭିଜୁଛି
ତୁମରି ବାଟକୁ ଚାହିଁ
ସଞ୍ଜ ବେଳେ ନିତି ଦୀପ ମୁଁ ଜାଳୁଛି
ତୁମ ଶେଷ ସ୍ପର୍ଶ ପାଇଁ।।
ମିଠା ମିଠା ଶବ୍ଦ ଓଠରେ ଭରିଛି
କବିତା ରୂପେ ସଜାଇ
ତୁମ ଓଠରେ ମୁଁ ଭରିଦେବି ଶବ୍ଦ
ଓଠରେ ଓଠ ମିଶାଇ।।
ଚିତ୍ରକର ନୁହେଁ ମୁଁ ଚିତ୍ର ଆଙ୍କୁଛି
ତୁମ ଭାବନାରେ ରହି
ମନ ସାଥେ ଦେହ ସଜେଇ ରଖିଛି
ତୁମ ଶେଷ ସ୍ପର୍ଶ ପାଇଁ।।