ପ୍ରେମ
ପ୍ରେମ
ଠକି ଦେଲ କାହିଁ ସତ କୁହ ପ୍ରିୟା
କିଦୋଷ ମୁଁ କରିଥିଲି
ତୁମ ହୃଦୟରେ ଘର କରିବାକୁ
ମନେ, ମନେ ଭାବୁ ଥିଲି ।
ତୁମ ନିରବତା ମୋତେ ବେଶି ବାଧେ
ତୁମେ ବା କାହିଁ ବୁଝିବ
ଭାଙ୍ଗି ଦେଇ ଗଲ ହୃଦୟକୁ ମୋର
ଆସ ଥରେ ଦେଖିଯିବ ।
ତୁମ ସେ ନୟନ ନାଚେ ମୋର ଆଗେ
ମନ ମୋ ହୁଏ ଅଥୟ
ତୁମ ପାଇଁ ପ୍ରିୟ ଜୀବନ ହାରିବି
ଲାଗିବନି ମୋତେ ଭୟ ।
ପହାନ୍ତି ସପନ ସତ ହୁଏ କାଳେ
ଏକଥା ମୁଁ ମାନିଥିଲି
ସବୁ ସପନ ମୋ କରିଦେଲ ଚୁନା
ଝୁରି,ଝୁରି ମୁଁ ଯେ ମଲି ।