Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ସୁମଧୁର ସ୍ମୃତି

ସୁମଧୁର ସ୍ମୃତି

1 min
185



ସପନରେ ମିଳେ ସୁଖ ଅନୁଭବ

ଅନ୍ଧାରେ ଆଲୁଅ ଦିଶେ

ବିସ୍ମୃତି ଗର୍ଭରୁ ସ୍ମୃତିର ପାଗୋଡା

ମନ ଅଗଣାରେ ହସେ I


ହଜିଲା ଦିନର ସୁମଧୁର ସ୍ମୃତି

ମନ ଦିଏ ଚହଲାଇ

ଆଖି ବୋଳିହୁଏ ସପନର ରଙ୍ଗ

ହୃଦୟେ ବ୍ୟଥାର ନଈ I


କିଏ ସେ ଶୁଣିବ ହୃଦୟର ସ୍ୱର

ତୁମେ ନାହଁ ମୋର ପାଶେ

ସ୍ମୃତି ଉପବନେ ତୁମ ଛବି ଗୋଟି

ଗୋଲାପି ଗୋଲାପି ଦିଶେ I


ଜୀବନ ରାସ୍ତାରେ କେତେ ଖାଲଖମା

କେତେ ନଈ ବିଲବଣ

ସ୍ମୃତି ହୋଇ ତୁମେ ହୃଦୟରେ ମୋର

ଛାଡିଗଲ ପାଦଚିହ୍ନ I

       


Rate this content
Log in

Similar oriya poem from Romance