Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Romance

3  

kahnu charan sahu

Romance

"ସନ୍ଧ୍ୟା" ତମ ପାଇଁ

"ସନ୍ଧ୍ୟା" ତମ ପାଇଁ

1 min
187


ଆଗୋ ସନ୍ଧ୍ୟା ତୁମେ ବୁଝି ପାରିବନି 

ତୁମ ପାଇଁ ହୃଦୟରେ ଥିବା ପ୍ରେମ

କାରଣ ତୁମକୁ ହୃଦୟଙ୍ଗମ କରିବାରେ ମୁଁ ଅକ୍ଷମ ।


ଯେତେ ମୁଁ ଚାହେଁ 

ଆପଣେଇ ନେବାକୁ 

ସମୟ କଚାଡି ଦିଏ 

କେବେ ବୟସର ଅପରାହ୍ନେ

କେବେ ଜ୍ଞାନର ହୀନ ମାନ୍ୟେ ।


ମୁଁ ନିର୍ବୋଧ

କେବଳ ଖୋଲା ରଖିଥାଏ

ହୃଦୟର ଦୁଇଟି କୋଠରୀକା

ଗୋଟେ ତମ ପାଇଁ ଆଉ ଗୋଟେ ମୋ ପାଇଁ,

ତମେ ବୁଝ ଅବା ନ ବୁଝ

ସମକକ୍ଷ ନୁହେଁ ମୁଁ ତୁମର !

ଅସମୟରେ ହୃଦୟ ବି କହି ବସେ

ପାଖେ ଏତେ ହୀରା ଥାଇ କିଏ ବା 

ତୁଚ୍ଛ ଅଙ୍ଗାରକୁ ଆପଣେଇ ନେବ ।


ମୁଁ ସାଇତି ସାରିଛି ନିବିଡ଼ ସମ୍ପର୍କର ପାଚେରୀ ଗଢି

ନିର୍ଭେଜାଲ ହସ ହସିଦିଏ କେବେ ତୁମକୁ ଚାହିଁ 

ବାସ୍ ଏତିକିରେ ମିଳିଯାଏ ଦୁନିଆର ଯେତେ ଖୁସି

ତମେ ତମେ ହେଇ ଥାଅ କେବେ ବଦଳି ନ ଯାଅ 

ତମେ କେତେ ଭାବ ଜଣେନି କିନ୍ତୁ ମୁଁ ଭାବୁଛି ବେଶି ।।


Rate this content
Log in

Similar oriya poem from Romance