ଅଜବ ସୃଷ୍ଟିରେ
ଅଜବ ସୃଷ୍ଟିରେ
ଅଗଣିତ ଆଶା ମୋର
ମନେପଡେ ପୁଣି ଲିଭିଯାଏ
ମୋର ଉତ୍ତପ୍ତ ଛାତିରେ ।
ଛୁଇଁ ଯାଏ
ଚନ୍ଦ୍ରମାର ଆଲୋକ
ପୋଛିନିଏ ସାଗର ନିଳିମା
ସବୁ କୋହ ଚାପି ରଖି
ଚନ୍ଦ୍ର ଜଣାଏ ଆପଣାର ସ୍ୱର
ତୁମରି ଛାତିରେ ।
ପ୍ରେମର ପ୍ରଥମ ପ୍ରଣୟ
ଆନ୍ଦୋଳିତ ହିନ୍ଦୋଳିତ ସାଗର
ସାଗର କି ଜାଣେ ?
ସେ ଅନେକ ଚିହ୍ନ
ରଖି ନ ଥାଏ
ତା'ର ବାଲୁକା ସ୍ତୂପରେ ।
ମୋରି ଛାତିରେ
ମିଶିଯାଏ ସୂର୍ଯ୍ୟ
ପୃଥିବୀଟା ହଜିଯାଏ
କେଉଁ ଏକ ଅଜଣା ଆକାଶୁ
ଏହା ତ
ଚିରନ୍ତନ ପ୍ରେମ
ଅଜବ ସୃଷ୍ଟିରେ ।