Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ପ୍ରୀତିମଧୁ

ପ୍ରୀତିମଧୁ

1 min
227



କାହାକୁ କହିବି କିଏସେ ବୁଝିବ

ହୃଦୟ ତଳର ବ୍ୟଥା

ସ୍ମୃତି ପରଦାରେ ତୁମ ଛବି ଦେଖି

ଭିଜିଯାଏ ଆଖିପତା I


ମନ ଆକାଶରେ ତୁମପାଇଁ ସଖୀ

ଜୋଛନା ଢାଳୁଛି ରାତି

ସ୍ମୃତି ଆଇନାରେ ଢଳ ଢଳ ହୁଏ

ତୁମରି ଆଖିର ପ୍ରୀତି I


ଏବେ ବି କାନରେ ପ୍ରତିଧ୍ୱନି ତୋଳେ

ତୁମରି କଣ୍ଠର ଯାଦୁ

ଜୀବନ ଉଦ୍ୟାନେ ଯେତେ ଫୁଲ ଫୁଟେ

ତୁମେ ତାର ପ୍ରୀତିମଧୁ I


ଏବେ ବି ହୃଦୟ ତୁମ ପାଇଁ ସଖୀ

ବେସୁରା ରାଗିଣୀ ଗାଏ

ଏବେ ବି କାନରେ ପ୍ରତିଧ୍ୱନି ତୋଳେ

ଭଲପାଏ ଭଲପାଏ I



Rate this content
Log in

Similar oriya poem from Romance