STORYMIRROR

Sunanda Mohanty

Romance

3  

Sunanda Mohanty

Romance

ମୁଁ ବିରହୀଣୀ

ମୁଁ ବିରହୀଣୀ

1 min
215


ସେଦିନୁ ଏ ଯାଏଁ 

ଖୋଲି ନାହିଁ ସେ ଜଉମୁଦ ଲଫାପା 

ଡର ହୁଏ କାଳେ ଅମାବାସ୍ୟା

 ଜହ୍ନର ହୋଇଥିବ 

ଯଦିଓ ମୁଁ ଜାଣେ ସେ ନେପଥ୍ୟ ନାୟକ 

ମୋ ହାତରେ ପାପୁଲିଏ 

ଜହ୍ନ ରାତି ଦେବ କହି 

ନିଜେ ବହଳ ବହଳ

 କଳା ବୋଳି ହେବାରେ 

ଟିକିଏ ବି ଅନୁଶୋଚନା ନାହିଁ ଯାହାର 

ପୁଣି ଡର ହୁଏ 

ମୁଁ ତ ଜିଅନ୍ତା ଶବଟିଏ 

କେବେ ଟିକେ ଜୋଛନା ମାଗି 

ତ କେବେ ଦଲକାଏ ପବନରେ 

ସ୍ମୃତି ଖିଏ ଲାଗି 

କଳଙ୍କିତ ନାୟକ ହେବ ଅବା କାହିଁ 

ଯିଏ ନୁହେଁ କେବେ ବି ମୋର 

ଚିଟାଉଟା ଯଦିବି ମୋର 

ମୁଁ ନୁହେଁ ଦେବଦାସୀ 

ଜାଣିଛ ତ ସୌଦାଗର 

ତମେ ସେହି କଳାକାହ୍ନୁ କଳଙ୍କିତ ନାୟକ 

ଗୋପପୁର କଲ ଛାରଖାର 

ନା ତମେ ସେହି ଦୁର୍ବାଦଳ ଶ୍ୟାମ 

ଯିଏ ପଥରକୁ କରିପାରେ 

ନାରୀଟିଏ 

ମୁଁ ତ ଛାର ଶବଟିଏ 

ପାରିବ ମୋ ପାଦେ ବାନ୍ଧି ପୁଣି ଘୁଙ୍ଗୁର?

ବିରହୀଣୀ ମୁଁ ମୋ ଚାରିପଟେ 

ବହଳ ଅନ୍ଧାର l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance