ପ୍ରେମ ଉଦ୍ୟାନ
ପ୍ରେମ ଉଦ୍ୟାନ
ସୁନେଲି ସପନ ଆଖିରେ ଭାସିଲା
ନାଚିଲା ତୁମର ଛବି
ତୁମରି ତେଜରେ ମଳିିନ ଦିିିଶିଲେ
ଆକାଶରେ ଜହ୍ନ ରବି ।
ହୃଦୟ ବଗିଚା ଖୋଲି ମୁଁ ଦେଖିଲି
ସତେ ଦିଶେ ପ୍ରୀତି ବନ
ସୁନା ରୂପା ଫୁଲ ଦୁଇଟି ଫୁୁୁଟିଛି
ଆନନ୍ଦ ଉଲ୍ଲାସ ମନ ।
ସ୍ଵର୍ଗ ପାରିଜାତ ପରି ସେ ଅଦ୍ଭୁତ
କିଏ ଦେବ ତାର ମୂଲ
ଚୁମ୍ବନେ ଆତୁର ପାଗଳ ଭ୍ରମର
ଖୋଜି ପାଏ ନାହିଁ କୂଳ ।
ଆଖି ନୀଳ ନୀଳ ସାତ ରଂଗ ଖେଳ
ଚଞ୍ଚଳତା ଖଟେ ପାଦେ
ମନ ମଇନାଟି ଧରା ଦିଏ ନାହିଁ
ଗୁଣୁଗୁଣୁ କରେ ପଦେ ।
ତୋଳୁ ଥିଲେ ବସି ମୋତିିର ମହଲ
ପ୍ରୀତିର ପ୍ରାଚୀର ଦେଇ
ଦୁଃଖ କ୍ଳେଶ କିିିବା ଛଳ ପ୍ରତାରଣା
ନଆସେ ଯେପରି ଡେଇଁ ।
ସଂଜ ଗଡି ଗଲା କବାଟ ପଡିିିଲା
ପ୍ରେମାହୁତି ଦେଲେ ଢାଳି
ଦୁଇଟି ହୃଦୟ ଏକତ୍ର ହୁଅଇ
ମିଳନ ଅନଳେ ଜଳି ।