STORYMIRROR

Bijay Prusty

Romance

3  

Bijay Prusty

Romance

ଶୀତ ଗାଏ ଗୀତ

ଶୀତ ଗାଏ ଗୀତ

1 min
238


କେତେ ଶରଧାରେ ବିଧାତା ତୁମକୁ

ଗଢିଛି ଯତନ କରି

ତୁମରି ରୂପର ଆଲୁଅରେ ସଖୀ

ଅନ୍ଧାର ଗଲାଣି ଡରି I


ମତିଭ୍ରମ ହୁଏ ତୁମକୁ ଦେଖିଲେ

ଶୁଣିଦେଲେ ତୁମ ସ୍ୱର

ଶୀତ ସକାଳର କାକରରେ ଭିଜି

ତୋଳେ ମୁଁ କୁହୁଡି ଘର I


ଆଖି ତଳେ ମୋର ବସା ବାନ୍ଧିଅଛ

ରହିଛ ମୋ ମନତଳେ

ତୁମରି ଉପରେ ସକାଳ ସୂରୁଜ

ପହିଲି କିରଣ ଢାଳେ I


ତୁମପାଇଁ ମିତ ଶୀତ ଗାଏ ଗୀତ

ହେମାଳ ପବନ ତାନେ

ଚାନ୍ଦ ସହ କଇଁ ନିଶାର୍ଦ୍ଧେ ଯେପରି

କଥାହୁଏ ମନେ ମନେ I

     


Rate this content
Log in

Similar oriya poem from Romance