STORYMIRROR

Sachidananda Behera

Abstract Romance Classics

3  

Sachidananda Behera

Abstract Romance Classics

ଆଶା ଅସୁମାରୀ

ଆଶା ଅସୁମାରୀ

1 min
238


ଲିଭି ଯିବକି ଅକାଶର ଚିତ୍ରପଟ 

     ମାଡି ଆସିବ କି ବର୍ଷା..!!..!

ତାସହ ଲିଭିଜିବକି ମୁଁ

        କରିଥିବା ଅସୁମାରୀ ଆଶା।


ବସି ମୁଁ ଏକୁଟିଆ ଦେଖୁଛି 

        ଆକାଶର ରଙ୍ଗୀନ ରୂପରାଜି,

ଯାହା ବିହୋର କରେ ମୋ 

        ମନେ ମୋ ପ୍ରେମ ସାଜି।

ମୋ ପ୍ରେମିକା ଭଳି 

        ସଜେଇହୋଇଛି ଆଜି ଏ ଆକାଶ

ମାତ୍ର ଆଜି ମୁଁ ଏକା 

       ପ୍ରେମିକା ଦୂରତାକୁ ପାରୁନି କରି ବିଶ୍ୱାସ।

ବସିଛି ଏକୁଟିଆ ଏ

        ଖୋଲା ଆକାଶ ତଳେ ....

ଝରାଉଛି ଆଖିରୁ ଲୁହ

        ବସି ଧରିତ୍ରୀର କୋଳେ।

ତୁ ଲିଭାଇବୁନି ଏ ରଙ୍ଗ

       ଆକାଶ ତେତେ ଏତିକି ରାଣ 

ତୁ ମୋ ସବୁକିଛି 

   ନାହିଁ ମୋ ପାଖେ ଶ୍ରାବଣ କି ଫଗୁଣ....।

ସବୁତ ଯାଇଛି ସେ ..

         ତା ସାଥିରେ ନେଇ

ଆକାଶ ତୋ ରଙ୍ଗକୁଦେଖିବା 

     ଛଡା ମୋ ପାଖେ ଉପାୟ ନାହିଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract