ଶବ ଓ ମୁଁ
ଶବ ଓ ମୁଁ
ଆଜି ଶବ ମାନଙ୍କ ମଧ୍ୟରେ
ନିଜକୁ ଶବ ପରି ଲାଗୁଛି
ମେଞ୍ଚା ମେଞ୍ଚା ରକ୍ତ
କୁଢ଼କୁଢ଼ ମାଂସ
ସବୁ ବୋଝ ଉପରେ ନଳିତା ବିଡା ପରି ପଡିଛି...।।
ମୋ ଶବକୁ ଜଳିବାକୁ
କାଠ ବି ଅଭାବ ପଡ଼ିଲାଣି
ମୁହଁରେ ଟିକେ ନିଆଁ ଦେବାକୁ
ଆତ୍ମୀୟ ବି ନାକରେ ଆଙ୍ଗୁଠି ଦେଲେଣି....
ହେଲେ ଏବେ ଖାଲି ମାଶାଣୀ ମୋ ସାଥୀ
ଆଉ ଏ ଖୋଲା ଆକାଶର
କଳା ଧଳା ବାଦଲ
ଆଜି ମୋତେ ଉପହାସ କରି କହୁଛି..
,"ନୁଜକୁ ଶ୍ରେଷ୍ଠ ଜୀଵ କହୁଥିଲୁ ପା
କୁଆଡେ ଗଲା ତୋ ଶ୍ରେଷ୍ଠତା"।।
ଏ ଦଶା ମୋର ଏକା ନୁହଁ
ମୋ ଚାରିପଟେ ମଧ୍ୟ
ମୋ ଭଳି ସାଥୀ ମାନେ ଅଛନ୍ତି
ଆଉ ଜଣେ ବି ଅଛି...
ସେ କିଏ ମୁଁ ଜାଣିନି ...
ଖାଲି ପ୍ରତି ସେକେଣ୍ଡରେ
ଗୋଟା ଗୋଟା ଶବ ଆଣି ଫୋପାଡୁଛି
ଆଉ ହେ ଆଲ୍ଲା କହି ଚାଲି ଯାଉଛି।।