STORYMIRROR

Sachidananda Behera

Abstract Classics Fantasy

3  

Sachidananda Behera

Abstract Classics Fantasy

ଶବ ଓ ମୁଁ

ଶବ ଓ ମୁଁ

1 min
227


ଆଜି ଶବ ମାନଙ୍କ ମଧ୍ୟରେ

ନିଜକୁ ଶବ ପରି ଲାଗୁଛି

ମେଞ୍ଚା ମେଞ୍ଚା ରକ୍ତ 

କୁଢ଼କୁଢ଼ ମାଂସ

ସବୁ ବୋଝ ଉପରେ ନଳିତା ବିଡା ପରି ପଡିଛି...।।

ମୋ ଶବକୁ ଜଳିବାକୁ

କାଠ ବି ଅଭାବ ପଡ଼ିଲାଣି

ମୁହଁରେ ଟିକେ ନିଆଁ ଦେବାକୁ 

ଆତ୍ମୀୟ ବି ନାକରେ ଆଙ୍ଗୁଠି ଦେଲେଣି....

ହେଲେ ଏବେ ଖାଲି ମାଶାଣୀ ମୋ ସାଥୀ

ଆଉ ଏ ଖୋଲା ଆକାଶର 

କଳା ଧଳା ବାଦଲ 

ଆଜି ମୋତେ ଉପହାସ କରି କହୁଛି..

,"ନୁଜକୁ ଶ୍ରେଷ୍ଠ ଜୀଵ କହୁଥିଲୁ ପା

କୁଆଡେ ଗଲା ତୋ ଶ୍ରେଷ୍ଠତା"।।


ଏ ଦଶା ମୋର ଏକା ନୁହଁ

ମୋ ଚାରିପଟେ ମଧ୍ୟ 

ମୋ ଭଳି ସାଥୀ ମାନେ ଅଛନ୍ତି

ଆଉ ଜଣେ ବି ଅଛି...

ସେ କିଏ ମୁଁ ଜାଣିନି ...

ଖାଲି ପ୍ରତି ସେକେଣ୍ଡରେ 

ଗୋଟା ଗୋଟା ଶବ ଆଣି ଫୋପାଡୁଛି

ଆଉ ହେ ଆଲ୍ଲା କହି ଚାଲି ଯାଉଛି।।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract