STORYMIRROR

Sachidananda Behera

Romance Action Classics

3  

Sachidananda Behera

Romance Action Classics

*ଖାଲି ତୁମେ ନାହଁ*

*ଖାଲି ତୁମେ ନାହଁ*

1 min
167


ଆଜି ଏ ଜହ୍ନ ଅଛି

ଅଛି ତାର ଜୋଛନା,

ଖାଲି ତୁମେ ନାହଁ ପ୍ରିୟା

ଯାଇଛ ଚାଲି ଦେଇ 

ମୋତେ ପ୍ରତାରଣା ।।


ଆଜି ବର୍ଷା ଅଛି

ଅଛି ତା ଜଳ ଟୋପା,

ଖାଲି ତୁମେ ନାହଁ ପ୍ରିୟା

ଯାଇଛ ଦେଇ ଧୋକା।।


ଆଜି ସୂର୍ଯ୍ୟ ଅଛି

ଅଛି ତାର କିରଣ,

ଖାଲି ତୁମେ ନାହଁ ପ୍ରିୟା

ଯାଇଛ ଭାଙ୍ଗି ମୋ ମନ ।।


ଆଜି ନଈ ଅଛି

ତା ନଈ ପଠା ଅଛି,

ଖାଲି ତୁମେ ନାହଁ ପ୍ରିୟା

ଏଠି ଶୂନଶାନ ପଡିଛି।।


ଆଜି ଶ୍ରାବଣ ଅଛି

ଅଛି ତା ବର୍ଷା,

ଖାଲି ତୁମେ ନାହଁ ପ୍ରିୟା

ଯାଇଛ ଭାଙ୍ଗି ମୋ ଆଶା।।


ଆଜି ଫଗୁଣ ଅଛି

ଅଛି ତା ମଧୁର ରଙ୍ଗ,

ହେଲେ ତୁମେ ନାହଁ ପ୍ରିୟା

ଯାଇଛ ଭାଙ୍ଗି ମୋ ଆବେଗ।।


ଆଜି ରାତି ଅଛି

ଅଛି ତା ଶୂନ୍ୟତା,

ଖାଲି ତୁମେ ନାହଁ ପ୍ରିୟା

ନାହିଁ ମୋ ମନେ ଆବେଗତା।


ଆଜି ଦିନ ଅଛି 

ଅଛି ତାର କୋଳାହଳ,

ଖାଲି ତୁମେ ନାହଁ ପ୍ରିୟା

ଜୀବନ ନାହିଁ ନିର୍ମଳ।।


ଆଜି ସ୍ବପ୍ନ ଅଛି

କିନ୍ତୁ ନାହିଁ ସତ୍ୟତା,

ଖାଲି ତୁମେ ନାହଁ ପ୍ରିୟା

ଜୀବନ ମୋର ପଡିଛି

କେବଳ ଶୂନ୍ୟତା।।


ଆଜି ଆଖି ଅଛି

ଅଛି ସେଠି ଲୁହ,

ଖାଲି ତୁମେ ନାହଁ ପ୍ରିୟା

ଯାଇଛ ଭରି ମୋ 

ମନେ କୋହ।।



ଆଜି ଶରୀର ଅଛି

ଅଛି ତ ଜୀବନ, 

ଖାଲି ତୁମେ ନାହଁ ପ୍ରିୟା

ଭାଙ୍ଗି ଯାଇଛି ମୋ ମନ।।



ଆଜି ମୋ ପ୍ରେମ ଅଛି

ମନେ ପ୍ରେମ ବି ଅଛି,

ହେଲେ ତୁମେ ନାହଁ ପ୍ରିୟା

ମନେ ଦୁଃଖ ଭାରି ରହିଛି।।







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance