Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sachidananda Behera

Romance

3  

Sachidananda Behera

Romance

●◆ସେଇ ଶେଷ କଫି◆●

●◆ସେଇ ଶେଷ କଫି◆●

1 min
250



ହଁ.ଆଜିବି ମନେ ଅଛି ମୋର ,

ତୁମ ସହ ପିଇଥିବା ଶେଷ କଫି...

ଆଉ ଆଜିବି ମନ କାଗଜରେ 

ସେମିତି ଅଲିଭା ହୋଇ ପଡିରହିଛି ଆମର ସ୍ମୃତି ||


ସେଦିନର ସବୁ ଘଟଣାଗୁଡା ମନର ଭଙ୍ଗା ପ୍ରେକ୍ଷାଳୟରେ

କଳା ଓ ଧଳା ଛବି ପରି ନାଚି ଉଠୁଛି ..

ସେଦିନ ତୁମେ ଜୋରରେ କହୁଥିଲ ୱେଟରକୁ..

ଜଲଦି ଦୁଇ କପ କ୍ୟାପାଚିନୋ ଆଣିବାକୁ

ହେଲେ ମୋତେ ଜଣାନଥିଲା ଯେ 

ସେ ଦୁଇ କପ କ୍ୟାପାଚିନୋ ଏ ଖୁସି ମଣିଷଟାକୁ

ଏକ ଜୀଅନ୍ତା ଶବ, ଦିଗହରା ମଣିଷଟେ ବନେଇଦବ ||


ତୁମ ସହ ମୋର ଶେଷ ଦେଖା ,

ତୁମର ସେଇ ଶେଷ କଫି,ଆଜିବି ମନେ ଥିଲେ ମଧ୍ୟ

ମୁଁ ତୁମକୁ ଝୁରି ଝୁରି ଜୀବନ ଯୁଦ୍ଧରେ ହାରିଯାଇଛି

ହେଲେ ଆମର ପ୍ରତିଟି ପ୍ରେମର ସ୍ମୃତି ଓ ଅନୁଭୂତିକୁ

ମନର ଶକ୍ତ ସିନ୍ଦୁକରେ ସାଇତି ରଖିଛି...।।




Rate this content
Log in