STORYMIRROR

Sachidananda Behera

Others

3  

Sachidananda Behera

Others

●ହଁ ହଁ ମୁଁ ଶିମିଳିପାଳ●

●ହଁ ହଁ ମୁଁ ଶିମିଳିପାଳ●

1 min
174


ହେ ଉନ୍ନତ ବିଶ୍ୱର ଉନ୍ନତ ମଣିଷ

ଆଜି ମୁଁ ନିଜର ବେଦନା କହୁଛି..

ହଁ ହଁ ମୁଁ ଶିମିଳିପାଳ....

ଓଡ଼ିଶାର ସର୍ବବୃହତ ଜୈବମଣ୍ଡଳ

ଯିଏ ନିଜ ସୌନ୍ଦର୍ଯ୍ୟରେ ଆପଣମାନଙ୍କୁ

ସ୍ୱର୍ଗର ଅପ୍ସରୀ ପରି କରୁଥିଲା ବିମୋହିତ

ହେଲେ ଆଜି ......??

ମୁଁ ପାଷାଣୀ ଅହଲ୍ୟା ସଦୃଶ

ଜାଣିନି କାହାର ନଜର ଲାଗିଗଲା

ମୋ ସୁଖ ସଂସାରରେ...!!

ଆଉ ସେ ଜାଳି ପୋଡି ଛାରଖାର କରିଦେଲା

ମୋ ସୌନ୍ଦର୍ଯ୍ୟଭରା ଜୀବନକୁ.. ।।



ଜାଣିନି କୋଉ ଜନ୍ମରେ କି ପାପ କରିଥିଲି

ଏହାବି ଜାଣିନି କିଏ ମୋତେ

ନିଷ୍ଠୁର ଦଣ୍ଡ ଦେଇ ଚାଲିଯାଇଛି ..

ଖାଲି ଏତିକି ଜାଣିଛି ମୁଁ ଆଜି ଜଳୁଛି.......(୨ଥର)

ମୋ କୁନିକୁନି ପିଲାଙ୍କର

ଛାତି ଫଟା ଚିତ୍କାର ସାଙ୍ଗକୁ

ବଡ଼ପୁଅ ବାଘର ବିକଟାଳ ରାବ

ପ୍ରତିକ୍ଷଣ ଏ ଛାତିର ଦରଜାକୁ 

ଧଡଧଡ଼ କରିପକାଉଛି... ।।



ମୋ ପାଇଁ ମୋର ଚିନ୍ତା ନାହିଁ

କି ମୋ ସୌନ୍ଦର୍ଯ୍ୟ ପାଇଁ ବି ନାହିଁ

ମୁଁ ତ ଏୟା ବି ଜାଣିନି

ମୁଁ ବଞ୍ଚିବି କି ମରିଯିବି...!!!

ସବୁ ତ ସରିଗଲାଣି

ସବୁ ତ ଜାଳିପୋଡି ଛାରଖାର ହେଇଗଲାଣି.

ଆଉ କଣ ବା ଅଛି ଯେ...??

ହଁ ହଁ ଖାଲି ପଡିରହିଛି

କେଇ ଗଣ୍ଡା ପାଉଁଶ ଆଉ

ମୋ ପିଲାଙ୍କର ଅର୍ଦ୍ଧଦଗ୍ଧ କୁଢ଼କୁଢ଼ ଶବ....

ଆହୁରି ମଧ୍ୟ ଅଛି

ରାଜନୀତିର ରଙ୍ଗ ଲଗାଇବା ପାଇଁ

କିଛିଟା ରଙ୍ଗୀନ ଛିଟା ଆଉ ଅଧାଜଳା ତୁଳୀ..।।



ଏ ପର୍ଯ୍ୟନ୍ତ ବି ସେ ସରକାର ସେମିତି

ନିଘୋଡ଼ ନିଦରେ

ନରମ ତୁଳା ଗଦିରେ ଶୋଇଛି..

ହଁ ହଁ ସେ ଶୋଇଥାଉ

ମୁଁ ତ ଏହା ବି ଜାଣିନି 

ସେ କେବେ ଉଠିବ..

କେବେ ଭାଙ୍ଗିବ ତା ନିଦ

ଆଉ ତା ଚେତା ପଶିବ...

ବୋଧେ ସବୁ ସରିଗଲେ

ଆଉ କଣ ବା ଅଛିଯେ ...???


ମୁଁ ଜଣେ ମୋତେ ନେଇ

ବହୁ ତର୍କବିତର୍କ ଚାଲିଛି

ଚାଲିବନି ବା କେମିତି...!

ସମସ୍ତେ ପା ଟି.ଆର୍.ପି. ନିଶାରେ ମାତାଲ..

ସମସ୍ତେ ଡି.ପି. ରଖୁଥିବେ....

ସମସ୍ତେ ଷ୍ଟାଟସ୍. ମେଣ୍ଟେନ କରୁଥିବେ

ହେଲେ ଫଳ...????

ଆଉ କିଛି ଦିନ ପରେ 

ସବୁ ଆଡେ ଗୋଟେ ଅଣ୍ଡିରା ବିଲୁଆ

ଯାଇ ଡିଣ୍ଡିମ ବଜାଇବ

RIP ଶିମିଳିପାଳ.......😢😢😢😢



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍