STORYMIRROR

Sachidananda Behera

Abstract Inspirational

4  

Sachidananda Behera

Abstract Inspirational

ମାଆ

ମାଆ

1 min
230


ସରାଗ ନଦୀର    ସେନେହ ତଟରେ

   ପ୍ରେମର ନାଆକୁ ନେଇ,

ମାଆ ଏକା ସେତ    ନାଉରୀ ଅଟଇ

  ସନ୍ତାନକୁ ନିଏ ବାହି।।


ଅଶ୍ରୁର ବାରିଧିରେ।   ଦୁଃଖର ଝରଣା

   ତହିଁ କଷ୍ଟ ହୁଏ ଶତବାର,

ସବୁ ଦୁଃଖ, କଷ୍ଟ    ହୁଅଇ ନାଶ

   ଶୁଣିଦେଲେ ଥରେ ଡାକ ମାଆର।।


 ମାଆ ଏକା ସେତ   ବିନା ସ୍ୱାର୍ଥେ ଯିଏ

    କରୁଥାଏ ଶୁଦ୍ଧ ପ୍ରେମ,

ଆଉ ସବୁ ଭାଇ    ଅଢେଇ ଦିନିଆ ପ୍ରେମ

   ଖାଲି ଲକ୍ଷ ଥାଏ କାମ ।।


ଦଶ ମାସ ଦଶ ଦିନ  ଗରଭେ ରଖି

    ଧରାକୁ ଆଣେ ମାଆ,

 ତାକୁ ଛାଡି ଆଉ    କିଏ ଅବା ଅଛି

    ସନ୍ତାନର ଜଣେ ସାହା।।


Rate this content
Log in

Similar oriya poem from Abstract