STORYMIRROR

Sachidananda Behera

Abstract Inspirational

4  

Sachidananda Behera

Abstract Inspirational

ମାଆ

ମାଆ

1 min
236


ସରାଗ ନଦୀର    ସେନେହ ତଟରେ

   ପ୍ରେମର ନାଆକୁ ନେଇ,

ମାଆ ଏକା ସେତ    ନାଉରୀ ଅଟଇ

  ସନ୍ତାନକୁ ନିଏ ବାହି।।


ଅଶ୍ରୁର ବାରିଧିରେ।   ଦୁଃଖର ଝରଣା

   ତହିଁ କଷ୍ଟ ହୁଏ ଶତବାର,

ସବୁ ଦୁଃଖ, କଷ୍ଟ    ହୁଅଇ ନାଶ

   ଶୁଣିଦେଲେ ଥରେ ଡାକ ମାଆର।।


 ମାଆ ଏକା ସେତ   ବିନା ସ୍ୱାର୍ଥେ ଯିଏ

    କରୁଥାଏ ଶୁଦ୍ଧ ପ୍ରେମ,

ଆଉ ସବୁ ଭାଇ    ଅଢେଇ ଦିନିଆ ପ୍ରେମ

   ଖାଲି ଲକ୍ଷ ଥାଏ କାମ ।।


ଦଶ ମାସ ଦଶ ଦିନ  ଗରଭେ ରଖି

    ଧରାକୁ ଆଣେ ମାଆ,

 ତାକୁ ଛାଡି ଆଉ    କିଏ ଅବା ଅଛି

    ସନ୍ତାନର ଜଣେ ସାହା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract