STORYMIRROR

Sachidananda Behera

Action Classics Inspirational

3  

Sachidananda Behera

Action Classics Inspirational

ନାହିଁ ମୋ ଲୋଭରେ କାଳିଆ

ନାହିଁ ମୋ ଲୋଭରେ କାଳିଆ

1 min
259


ତୋର ଷାଠିଏ ପଉଟି ଭୋଗରେ

         ନାହିଁ ମୋ ଲୋଭ

   ରେ _କାଳିଆ_ ...

ମୁଠେ ପଖାଳରେ ମୋ ପେଟ ପୁରିବ।।(୧)


ତୋ ରତନ ବେଦିକୁ 

      ନାହିଁ ମୋ ଲୋଭ..,

ରେ _କାଳିଆ_ .......

ଛିଣ୍ଡା ମଷିଣାରେ ମୋ ନିଦ ଭରିବ।।(୨)


ତୋ ପୁରୀ ମନ୍ଦିରରେ 

       ନାହିଁ ମୋ ଲୋଭ..,

ରେ _କଳିଆ_ ରେ

ଭଙ୍ଗା ଚାଳଘରେ ମୋ ଜୀବନ ଯିବ।।(୩)


ତୋ ହୀରା ଲୀଳା,

ମୋତି ମାଣିକରେ....

     ନାହିଁ ମୋ ଲୋଭରେ...,

  _କାଳିଆ_ ...........

ଛିଣ୍ଡା ପୋଷାକରେ ମୋ ଲାଜ ଲୁଚିବ।।(୪)


ତୋ ଆନନ୍ଦ ବଜାରେ

       ନାହିଁ ମୋ ଲୋଭ..,

ରେ _କାଳିଆ_ ......

ମୋ ଭଙ୍ଗା ହାଣ୍ଡିଶାଳେ 

     ମୋ ମନ ବୁଝିବ....।।(୫)


ଖାଲି ଏତିବି ଲୋଭୁଛି

       କଳିଆରେ ତୋ ଠାରୁ,

ଟିକେ କରୁଣା କରୁଥିବୁ

   କାଳିଆରେ

ଆଶିଷ ରଖି ଥିବୁ।।

   ତୋ ଆଶିଷ ପାଇ 

    ଖୁସିରେ ମରିଯିବି ମୁଁ....

     ଖାଲି ଆଶିଷ ରଖିଥିବୁ...।।(୬)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action