Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Romance

3  

Mr.GAGAN BIHARI NAYAK

Romance

ପାନ୍ଥଶାଳା

ପାନ୍ଥଶାଳା

1 min
187



ପାନ୍ଥଶାଳା କାନ୍ଥେ

କାହିଁକି ଲେଖିଲ ନାଆଁ ।

ଲିଭେଇ ଦେବ ସେ

ପୂବେଇ ମେଘଟା

ବହି ତା' ପୂବେଇ ବାଆ (0)



ଦିନ ଥିଲା ତୁମେ 

କଥା ଦେଇଥିଲ 

ଛାଡିବନି ହାତ ମୋର ।

ଅଧାବାଟରେ ତୁମେ 

ବାଟଭୁଲି ଗଲ

ହଜାଇ ସ୍ମୃତିକୁ ମୋର ।

ଦେଖିଯାଅ ଥରେ 

ତୁମ ନାଆଁ ସାଥେ-

ଅଲିଭା ଅଛି ମୋ ନାଆଁ (୧)


ଶ୍ରାବଣ ଆସିଲା 

କେତେ ଭିଜେଇଲା 

ଭିଜିଲା ମୋ' ଆଖି ଦୁଇ ।

ନିଦାଘଟା କେତେ

ଜାଳିଲା ପରାଣ

ସହିନେଲି ତୁମ ପାଇଁ ।।

ଆଜି ମୁଁ ଏକାକି

ଦୁନିଆଁ ହାଟରେ

କହେନା କେ' ଟିକେ ଆହା(୨)




Rate this content
Log in

Similar oriya poem from Romance